ଦିଲ୍ଲୀ ବିଜୟ ପରେ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଦେଲେ ମନମୋହନ ସାମଲ
ଭୁବନେଶ୍ୱର : ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ବିଜେପି ୪୮ ଟି ଆସନରେ ଆଗୁଆ ଥିବା ବେଳେ ଆମ ଆଦମୀ ପାର୍ଟି ମାତ୍ର ୨୨ ଟି ଆସନରେ ଆଗୁଆ ରହିଛି । ତେବେ ଟ୍ରେଣ୍ଡ ଅନୁସାରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ସାରିଛି। ଅନ୍ୟପଟେ ଦିଲ୍ଲୀ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ମନାଇଛନ୍ତି କାର୍ଯ୍ୟକର୍ତ୍ତା । ଭାଜପା ନେତା ତଥା ରାଜ୍ୟ […]
ଭୁବନେଶ୍ୱର : ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ବିଜେପି ୪୮ ଟି ଆସନରେ ଆଗୁଆ ଥିବା ବେଳେ ଆମ ଆଦମୀ ପାର୍ଟି ମାତ୍ର ୨୨ ଟି ଆସନରେ ଆଗୁଆ ରହିଛି । ତେବେ ଟ୍ରେଣ୍ଡ ଅନୁସାରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ସାରିଛି।
ଅନ୍ୟପଟେ ଦିଲ୍ଲୀ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ମନାଇଛନ୍ତି କାର୍ଯ୍ୟକର୍ତ୍ତା । ଭାଜପା ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର । ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଏଥର ଦିଲ୍ଲୀ ନିର୍ବାଚନ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା। ନିର୍ବାଚନ ପରିଚାଳନାକୁ ବେଶ ସୁଚାରୁ ରୂପେ କରି ପାରିଛନ୍ତି। ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ଆଣିଛନ୍ତି। ମୋଦିଙ୍କ ନେତୃତ୍ବରେ ସମସ୍ତଙ୍କୁ ଏକତ୍ର କରିବାରୁ ସଫଳତା ମିଳିଛି। ନିର୍ବାଚନ ଫଳାଫଳ ନେଇ ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ ଭାରତୀୟ ଜନତା ପାର୍ଟିର ନେତାମାନେ ଖୁସି ମନେହେଉଛି ।




