ମନମୋହନ ସାମଲ ପୁନର୍ବାର ରାଜ୍ୟ ବିଜେପି ସଭାପତି ନିର୍ବାଚିତ
ଭୁବନେଶ୍ୱର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମନମୋହନ ସାମଲ ପୁନର୍ବାର ସମ୍ଭାଳିବେ ରାଜ୍ୟ ବିଜେପି ମଙ୍ଗ । ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ବିଜେପି ସଭାପତି ହୋଇଛନ୍ତି। ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, ମାତ୍ର ଏକମାତ୍ର ପ୍ରାର୍ଥୀ ଭାବରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହିଁ ନିର୍ଦ୍ବନ୍ଦ୍ଵରେ ବିଜେପି ସଭାପତି ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି। ମଙ୍ଗଳବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଆସନ୍ତା […]
ଭୁବନେଶ୍ୱର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମନମୋହନ ସାମଲ ପୁନର୍ବାର ସମ୍ଭାଳିବେ ରାଜ୍ୟ ବିଜେପି ମଙ୍ଗ । ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ବିଜେପି ସଭାପତି ହୋଇଛନ୍ତି। ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, ମାତ୍ର ଏକମାତ୍ର ପ୍ରାର୍ଥୀ ଭାବରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହିଁ ନିର୍ଦ୍ବନ୍ଦ୍ଵରେ ବିଜେପି ସଭାପତି ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି। ମଙ୍ଗଳବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଆସନ୍ତା ୩ ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ରହିବ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୋମବାର ଅପରାହ୍ନ ୩ଟା ୧୫ ମିନିଟରେ ବରିଷ୍ଠ ନେତୃବୃନ୍ଦଙ୍କ ଗହଣରେ ନାମାଙ୍କନ ଭରିଛନ୍ତି ମନମୋହନ ସାମଲ । ରାଜ୍ୟ ଓ କେନ୍ଦ୍ରରୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମନମୋହନ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ସମସ୍ତ ବିଧାୟକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସହମତି ଭିତ୍ତିରେ ସେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି । ତେଣୁ ମନମୋହନ ଦ୍ୱିତୀୟ ଥର ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ସମ୍ଭାଳିବେ ନିଶ୍ଚିତ ହୋଇଯାଇଛି ।
ଆଜି ଦିନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ଭରିବାର ସମୟ ଥିଲା । ଶେଷ ମୁହୂର୍ତ୍ତରେ ନାମାଙ୍କନ ଦାଖଲ କରିଥିଲେ ମନମୋହନ ସାମଲ । ସେ ଦ୍ୱିତୀୟ ଥର ପାଇଁ ଏହି ପଦ ପାଇଁ ଆଶାୟୀ ଅଛନ୍ତି । ଏବେ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି । କାରଣ ଏକମାତ୍ର ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଆଉ ନିର୍ବାଚନ ହେବ ନାହିଁ । ତେଣୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ।




