ନବରଙ୍ଗପୁରର କୋଟିପତି ଉପଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର

ନବରଙ୍ଗପୁର : ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ I ରାଜ୍ୟ ସରକାରଙ୍କ ନିର୍ଦେଶରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨ ଦିନ ପୂର୍ବେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ସେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ସୂଚନାଥାଉ କି,୨୭ ବର୍ଷ ଚାକିରି କାଳରେ ପ୍ରଶାନ୍ତ ରାଉତ କୋଟି କୋଟି କଳା ଟଙ୍କା ଠୁଳ କରିଥିଲେ । ଭିଜିଲାନ୍ସ ରେଡ୍‌ ବେଳେ […]

Samaya Live Picture
Published On

ନବରଙ୍ଗପୁର : ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ I ରାଜ୍ୟ ସରକାରଙ୍କ ନିର୍ଦେଶରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨ ଦିନ ପୂର୍ବେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ସେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ।

ସୂଚନାଥାଉ କି,୨୭ ବର୍ଷ ଚାକିରି କାଳରେ ପ୍ରଶାନ୍ତ ରାଉତ କୋଟି କୋଟି କଳା ଟଙ୍କା ଠୁଳ କରିଥିଲେ । ଭିଜିଲାନ୍ସ ରେଡ୍‌ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା। ଏହା ପ୍ରାୟ ଟଙ୍କା ଆୟଠାରୁ ୫୦୦%ରୁ ଅଧିକ ସମ୍ପତ୍ତି ବୋଲି ଭିଜିଲାନ୍ସ ଆକଳନ କରିଥିଲା ।

ତାଙ୍କର ଭୁବନେଶ୍ୱର କାନନବିହାର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ମିଳିଥିବାବେଳେ ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଖାଲି ସେତିକି ନୁହେଁ, ଏହା ସହିତ ନବରଙ୍ଗପୁର ସରକାରୀ ଘରୁ ୭୭ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା । ଏହାବାଦ ତାଙ୍କର ଭୁବନେଶ୍ୱର ଓ କଟକର ପ୍ରାଇମ୍‌ ଲୋକେସନରେ ୪ଟି ପ୍ଲଟ୍‌ ସହିତ ଉମରକୋଟରେ ରଖିଛନ୍ତି ଗୋଟିଏ ବେନାମୀ ପ୍ଲଟ୍‌ । ସେହିପରି ଦୁଇଟି ବେନାମୀ ଆକାଉଣ୍ଟ ଖୋଲି ଲାଞ୍ଚ ଟଙ୍କା ନେଉଥିଲେ ପ୍ରଶାନ୍ତ ରଉତ ।

Tags: