ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ପାଇଁ ପରିଚାଳନା ବୈଠକ ଅନୁଷ୍ଠିତ
ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ନୀଳାଦ୍ରି ଭକ୍ତ ନିବାସ ପରିସରରେ ବସିଥିବା ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପିଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ । ବୈଠକରେ ଶୃଙ୍ଖଳିତ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ୧୯୭୧ ମସିହାରେ ହୋଇଥିବା ରଥଯାତ୍ରା ଭଳି […]
ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ନୀଳାଦ୍ରି ଭକ୍ତ ନିବାସ ପରିସରରେ ବସିଥିବା ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପିଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ । ବୈଠକରେ ଶୃଙ୍ଖଳିତ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ୧୯୭୧ ମସିହାରେ ହୋଇଥିବା ରଥଯାତ୍ରା ଭଳି ଚଳିତ ଥର ହେବା ନେଇ ଜଣାପଡ଼ିଛି ।
ଆସନ୍ତା ୨୨ରେ ସ୍ନାନ ପୂର୍ଣ୍ଣିମାରେ ସମସ୍ତ ସେବକ ଓ ଶ୍ରୀମନ୍ଦିର କର୍ମଚାରୀ କିପରି ନୀତି ନିୟମ ପାଳନ କରିବେ ତାହା ଉପରେ ଆଲୋଚନା ହୋଇଛି। ସ୍ନାନ ପୂର୍ଣ୍ଣିମାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଛି।




