ମୁଣ୍ଡଳୀ ବ୍ରିଜ ଉପରେ କାର ରଖି ମହାନଦୀକୁ ଡେଇଁଲେ ଯୁବକ

କଟକ : ମହାନଦୀକୁ ଡେଇଁ ଯୁବକ ନିଖୋଜ । ଯୁବକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ସେ ଆଜି ମୁଣ୍ଡଳୀ ବ୍ରିଜ୍‍ ଉପରେ କାର ରଖି ମହାନଦୀ ଡେଇଁ ପଡିଥିଲେ ବୋଲି ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଠାବ କରିବାକୁ ଖୋଜାଖୋଜି ଜାରି ରଖିଛନ୍ତି । ବାରଙ୍ଗ ଥାନା ପୁଲିସ ଓ ଜୋନ୍‍ ଏସିପି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ସୂଚନା ଅନୁସାରେ […]

ମୁଣ୍ଡଳୀ ବ୍ରିଜ ଉପରେ କାର ରଖି ମହାନଦୀକୁ ଡେଇଁଲେ ଯୁବକ
Samaya Live Picture
Published On

କଟକ : ମହାନଦୀକୁ ଡେଇଁ ଯୁବକ ନିଖୋଜ । ଯୁବକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ସେ ଆଜି ମୁଣ୍ଡଳୀ ବ୍ରିଜ୍‍ ଉପରେ କାର ରଖି ମହାନଦୀ ଡେଇଁ ପଡିଥିଲେ ବୋଲି ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଠାବ କରିବାକୁ ଖୋଜାଖୋଜି ଜାରି ରଖିଛନ୍ତି । ବାରଙ୍ଗ ଥାନା ପୁଲିସ ଓ ଜୋନ୍‍ ଏସିପି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି ।

ସୂଚନା ଅନୁସାରେ ମୁଣ୍ଡଳୀ ବ୍ରିଜ୍‍ ଉପରେ ଏକ ନୀଳ ରଙ୍ଗର କାର ଥୁଆ ହୋଇଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ଯୁବକ ନଦୀକୁ ଡେଇଁଛନ୍ତି କି ନାହିଁ ତାହା ଜଣାପଡି ନଥିବାବେଳେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Tags: