ମର୍ଣ୍ଣିଂ ୱାକ ସାରି ଫେରିବାବେଳେ ଟ୍ରକ ଧକ୍କାରେ ମୃତ୍ୟୁ

ଭୁବନେଶ୍ଵର : ମର୍ଣ୍ଣିଂ ୱାକ ହେଲା କାଳ I ଘରକୁ ଫେରିବା ବାଟରୁ ଡାକିନେଲା ଯମ I ବାଲି ବୋଝେଇ ଟ୍ରକ ଧକ୍କାରେ ଚାଲିଗଲା ଜୀବନ I ଆଜି ସକାଳୁ ଏଭଳି ଦୁଖଦଃ ଘଟଣା ଘଟିଛି ଭୁବନେଶ୍ୱର ଗଣ୍ଡମୁଣ୍ଡI ସ୍ଥିତ କଳାଭୁମି ନିକଟରେ I ମୃତକ ହେଲେ ସଦାନନ୍ଦ ସ୍ୱାଇଁ (୭୨) ବର୍ଷ I ସେ ପୋଖରୀପୁଟ ସ୍ଥିତ ଇଲେକ୍ଟ୍ରିକ ଅଫିସ ନିକଟରେ ନିଜ ଝିଅ ସହ ରହୁଥିଲେ I ସୂଚନାନୁସାରେ,ଆଜି ସକାଳେ ସଦାନନ୍ଦ ଖଣ୍ଡଗିରି ଛକରୁ […]

Samaya Live Picture
Published On

ଭୁବନେଶ୍ଵର : ମର୍ଣ୍ଣିଂ ୱାକ ହେଲା କାଳ I ଘରକୁ ଫେରିବା ବାଟରୁ ଡାକିନେଲା ଯମ I ବାଲି ବୋଝେଇ ଟ୍ରକ ଧକ୍କାରେ ଚାଲିଗଲା ଜୀବନ I ଆଜି ସକାଳୁ ଏଭଳି ଦୁଖଦଃ ଘଟଣା ଘଟିଛି ଭୁବନେଶ୍ୱର ଗଣ୍ଡମୁଣ୍ଡI ସ୍ଥିତ କଳାଭୁମି ନିକଟରେ I ମୃତକ ହେଲେ ସଦାନନ୍ଦ ସ୍ୱାଇଁ (୭୨) ବର୍ଷ I ସେ ପୋଖରୀପୁଟ ସ୍ଥିତ ଇଲେକ୍ଟ୍ରିକ ଅଫିସ ନିକଟରେ ନିଜ ଝିଅ ସହ ରହୁଥିଲେ I

ସୂଚନାନୁସାରେ,ଆଜି ସକାଳେ ସଦାନନ୍ଦ ଖଣ୍ଡଗିରି ଛକରୁ ମର୍ଣ୍ଣିଂୱାକ ସାରି ନିଜ ଘର ପୋଖରୀପୁଟକୁ ଫେରୁଥିଲେ I ଏହି ସମୟରେ କଳାଭୁମି ନିକଟରେ ଏକ ବାଲି ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ଚଢ଼ିଯାଇ ଫେରାର ହୋଇ ଯାଇଥିଲା I ଘଟଣାସ୍ଥଳରେ ସଦାନନ୍ଦଙ୍କର ମୃତ୍ୟୁ ଘଟିଥିଲା I ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ପିସିଆରକୁ ଖବର ଦେଇଥିଲେ I ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଅନୁସନ୍ଧାନ ଜାରି ରଖିଛି I

Tags: