ନାମାଙ୍କନପତ୍ର ଦାଖଲ କଲେ ମମତା ମହାନ୍ତ

ଭୁବନେଶ୍ୱର : ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ବିଜେପି ପକ୍ଷରୁ ମମତାଙ୍କ ନାଁ ଘୋଷଣା ପରେ ମମତା ମହାନ୍ତ ଆଜି ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ଗତକାଲି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି। ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ […]

Samaya Live Picture
Published On

ଭୁବନେଶ୍ୱର : ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ବିଜେପି ପକ୍ଷରୁ ମମତାଙ୍କ ନାଁ ଘୋଷଣା ପରେ ମମତା ମହାନ୍ତ ଆଜି ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ଗତକାଲି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି।

ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେପଟେମ୍ବର ୩ରେ ଉପନିର୍ବାଚନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ସୂଚନାନୁସାରେ,ମୟୁରଭଞ୍ଜର କୁଡ଼ୁମୀ ସଂପ୍ରଦାୟର ମମତା ମହାନ୍ତ ୨୦୨୦ ମସିହାରୁ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ମସିହା ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ମାତ୍ର ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇ ପରଦିନ ବିଜେପିରେ ଯୋଗ ଦେଇଥିଲେ ।

Tags: