ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ । ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ବିଧାନସଭାରେ ପହଞ୍ଚି ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ। ଓଡ଼ିଶାରୁ ଖାଲି ପଡିଥିବା ଏକମାତ୍ର ଆସନ ପାଇଁ ଗତ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ୨୨ ତାରିଖ ଦିନ ସ୍ୱାଧୀନ ଭାବେ ବିଜେପି ନେତା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ । ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ବିଧାନସଭାରେ ପହଞ୍ଚି ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ।

ଓଡ଼ିଶାରୁ ଖାଲି ପଡିଥିବା ଏକମାତ୍ର ଆସନ ପାଇଁ ଗତ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ୨୨ ତାରିଖ ଦିନ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ଆଜି ସକାଳେ ଜଗନ୍ନାଥ ପ୍ରଧାନ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ । ଫଳରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନଥିବା କାରଣରୁ ରାଜ୍ୟସଭାକୁ ମମତା ମହନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସୂଚନାନୁସାରେ,ଗତ ଜୁଲାଇ ୩୧ରେ ମମତା ରାଜ୍ୟସଭା ସଦସ୍ୟ ପଦ ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଛାଡିବାର ଦିନକ ପରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ଅଫିସ ପହଞ୍ଚି ଦଳରେ ଯୋଗ ଦେଇଥିଲେ । ମମତା ମହାନ୍ତ ବିଜେଡି ଦଳ ପକ୍ଷରୁ ୨୦୨୦ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ । ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା କିନ୍ତୁ ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡି ବିଜେପିରେ ସାମିଲ ହେବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ମମତା ।

Tags: