ମମତା ବାନାର୍ଜୀ ଜଣେ ହିନ୍ଦୁ ବିରୋଧୀ – ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ମମତା ବାନାର୍ଜୀ ହିନ୍ଦୁ ଓ ଜଗନ୍ନାଥ ବିରୋଧୀ। ସେ ଦୀଘାରେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବା ଲାଗି ହୀନ ପ୍ରୟାସ କରୁଛନ୍ତି। ଖାଲି ସେତିକି ନୁହେଁ ଭୋଟ୍ ହାତେଇବା ଲାଗି ସେ ବାଂଲାଦେଶୀଙ୍କୁ ଅନୁପ୍ରବେଶ ରୋକୁନାହାନ୍ତି, ବରଂ ପୁରାଉଛନ୍ତି। ସେଠାରେ କେତେ କେତେ ସୁଭଦ୍ରା ଭାନି ନିର୍ଯ୍ୟାତନାର ଶିକାର ହେଉଛନ୍ତି ,ସେ ସମୟରେ ମମତା ବାନାର୍ଜୀ […]

ମମତା ବାନାର୍ଜୀ ଜଣେ ହିନ୍ଦୁ ବିରୋଧୀ – ମନ୍ତ୍ରୀ ସୁରେଶ ପୂଜାରୀ
Samaya Live Picture
Published On

ଭୁବନେଶ୍ବର: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ମମତା ବାନାର୍ଜୀ ହିନ୍ଦୁ ଓ ଜଗନ୍ନାଥ ବିରୋଧୀ। ସେ ଦୀଘାରେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବା ଲାଗି ହୀନ ପ୍ରୟାସ କରୁଛନ୍ତି। ଖାଲି ସେତିକି ନୁହେଁ ଭୋଟ୍ ହାତେଇବା ଲାଗି ସେ ବାଂଲାଦେଶୀଙ୍କୁ ଅନୁପ୍ରବେଶ ରୋକୁନାହାନ୍ତି, ବରଂ ପୁରାଉଛନ୍ତି। ସେଠାରେ କେତେ କେତେ ସୁଭଦ୍ରା ଭାନି ନିର୍ଯ୍ୟାତନାର ଶିକାର ହେଉଛନ୍ତି ,ସେ ସମୟରେ ମମତା ବାନାର୍ଜୀ ଚୁପ ରହୁଛହାନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ନେଇ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ସୂଚନାସୁସାରେ, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ଦୀଘା ଠାରେ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ଦୀଘା ସମୁଦ୍ରକୂଳକୁ ମହୋଦଧି ଘୋଷଣା କରାଯିବାରୁ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି।

ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗନ୍ନାଥଙ୍କୁ ନେଇ ରାଜନୀତି କରି ପାଣ୍ଡିଆନ ବୁଦ୍ଧିରେ ନବୀନ ସରକାର ଧ୍ୱଂସ ହୋଇଗଲା। ମମତା ସରକାର ବି ସେମିତିି ଧ୍ୱଂସ ହେଇଯିବ ।

ଅନ୍ୟପଟେ,ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସ୍ବାଗତ କରିଛନ୍ତି। ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ବୋଲି ଶୁଭେନ୍ଦୁ ଗଣମାଧ୍ୟମକୁ କହିଛନ୍ତି।

Tags: