୨୦୨୪ ସୁଦ୍ଧା ଶେଷ ହେବ ବିମାନ ବନ୍ଦର କାର୍ଯ୍ୟ

ମାଲକାନଗିରି: ଅପ୍ରେଲ ୧୫: ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବ ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ। ଏଥିପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଛି । ଖୁବଶିଘ୍ର ର୍ନିମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୁର୍ତ୍ତ ବିଭାଗର ଜଣେ ସ୍ୱତନ୍ତ୍ର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦିଆଯାଇଛି । ମାଲକାନଗିରି ଗସ୍ତ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗତକାଲି ଗସ୍ତର ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ପହଞ୍ଚିବା […]

Samaya Live Picture
Published On

ମାଲକାନଗିରି: ଅପ୍ରେଲ ୧୫: ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବ ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ। ଏଥିପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଛି । ଖୁବଶିଘ୍ର ର୍ନିମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୁର୍ତ୍ତ ବିଭାଗର ଜଣେ ସ୍ୱତନ୍ତ୍ର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦିଆଯାଇଛି । ମାଲକାନଗିରି ଗସ୍ତ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗତକାଲି ଗସ୍ତର ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ପହଞ୍ଚିବା ପରେ ପ୍ରଥମେ ଡି.ଆର.ଡି.ଏ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବିଭାଗରେ ଚାଲିଥିବା ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ।ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସଂଯୋଗୀକରଣ, ରାସ୍ତା ଓ ପୋଲ ର୍ନିମାଣ ସହ ସ୍ୱାଭିମାନ ଅଞ୍ଚଳ ପାଇଁ ରାଜ୍ୟ ସରକାର ଦେଇଥିବା ସ୍ୱତନ୍ତ୍ର ପ୍ୟାକେଜ୍ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିଛନ୍ତି ମୁଖ୍ୟ ସାଶନ ସଚିବ ।