ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ଼ ରେଳ ଦୁର୍ଘଟଣା
ସୋର : ଅଳ୍ପକେ ଟଳିଗଲା ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣାର ପୁନରାବୃତି ପୂର୍ବରୁ ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳି ଯାଇଛି ଆଉ ଏକ ବଡ଼ ଦୁର୍ଘଟଣା । ବାଲେଶ୍ବର ମାର୍କୋଣା ଷ୍ଟେସନ୍ରେ ବିନା ସିଗ୍ନାଲରେ ପସିଗଲା ଶତାବ୍ଦୀ ଏକ୍ସପ୍ରେସ । ସୂଚନା ମୁତାବକ, ଗତ କାଲି ସଂଧ୍ୟାରେ ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬ ମିନିଟରେ ଛାଡ଼ିଥାନ୍ତା । ଏଥିପାଇଁ ସିଗନାଲ […]
ସୋର : ଅଳ୍ପକେ ଟଳିଗଲା ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣାର ପୁନରାବୃତି ପୂର୍ବରୁ ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳି ଯାଇଛି ଆଉ ଏକ ବଡ଼ ଦୁର୍ଘଟଣା । ବାଲେଶ୍ବର ମାର୍କୋଣା ଷ୍ଟେସନ୍ରେ ବିନା ସିଗ୍ନାଲରେ ପସିଗଲା ଶତାବ୍ଦୀ ଏକ୍ସପ୍ରେସ ।
ସୂଚନା ମୁତାବକ, ଗତ କାଲି ସଂଧ୍ୟାରେ ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬ ମିନିଟରେ ଛାଡ଼ିଥାନ୍ତା । ଏଥିପାଇଁ ସିଗନାଲ ଦିଆଯାଇଥିଲା । ମାତ୍ର ସେହି ସମୟରେ ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ ଗ୍ରୀନ ସିଗନାଲ ପାଇ ନଥିବାରୁ ମନ୍ଥର ଗତିରେ ଆସିଥିଲା । ମାତ୍ର ଲୋକୋ ପାଇଲଟ ଅସାବଧାନତା ହେତୁ ଟ୍ରେନଟିକୁ ସୋର ଷ୍ଟେସନରୁ ଆଗକୁ ଗଡା଼ଇ ଦେଇଥିଲେ । ତେବେ ତୁରନ୍ତ ଷ୍ଟେସନ ମାଷ୍ଟର ଟ୍ରେନ୍କୁ ଅଟକାଇବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇଥିଲା । ଏହି ଘଟଣାରେ ମାର୍କୋଣା ଷ୍ଟେସନରେ ଟ୍ରେନ ଡ୍ରାଇଭର, ଅତିରିକ୍ତ ଡ୍ରାଇଭର ଓ ଗାର୍ଡଙ୍କୁ ଅପସାରଣ କରାଯାଇଛି । ଦୁଇ ଲୋକୋ ପାଇଲଟଙ୍କୁ ଅଟକ ରଖାଯାଇଥିବା ବେଳେ ଉଚ୍ଚ ପଦାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।




