ସରକାରୀ ସ୍ତରରେ ବଡଧରଣର ଅଦଳବଦଳ, ଗୋଟିଏ ଦିନରେ ବଦଳିଲେ ୬୬ ଅଧିକାରୀ

ଭୁବନେଶ୍ୱର:ସରକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୋଟିଏ ଦିନରେ ୬୬ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ।ଏତେ ସଂଖ୍ୟକ ଅଧିକାରୀ ବଦଳି ହେବାକୁ ନେଇ ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି।ଆଜି ଯୁଗ୍ମ ସଚିବ,ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ,ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍‌ ନିତ୍ୟାନନ୍ଦ ସିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଥିବାବେଳେ ବିଜ୍ଞାନ ଓ […]

Samaya Live Picture
Published On

ଭୁବନେଶ୍ୱର:ସରକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୋଟିଏ ଦିନରେ ୬୬ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ।ଏତେ ସଂଖ୍ୟକ ଅଧିକାରୀ ବଦଳି ହେବାକୁ ନେଇ ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି।ଆଜି ଯୁଗ୍ମ ସଚିବ,ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ,ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍‌ ନିତ୍ୟାନନ୍ଦ ସିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟରତ ଆଇଏଏସ୍‌ ସୁନାରାମ ମୁର୍ମୁଙ୍କୁ ଲୋକ ସମ୍ପର୍କ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ଶାସନ କାଳକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଏଭଳି ବଦଳି ହୋଇଥିବା କୁହା ଯାଉଛି। ଆଗକୁ ସରକାର ବିଭିନ୍ନ ଯୋଜନାମାନ ଆଣିବାକୁ ଯାଉଛନ୍ତି ଏବଂ ଏଵେ କିଛି ନୂଆ ଯୋଜନା ଲାଗୁ ହୋଇଛି, ସେ ସବୁକୁ କ୍ରିୟାଶୀଳ କରିବା ପାଇଁ ଏଭଳି ବଦଳି ହୋଇଛି।

Tags: