IPS ସ୍ତରରେ ବଡ଼ ଅଦଳବଦଳ, ୩ ଜଣ ଆଇପିଏସ୍ଙ୍କୁ ପଦୋନ୍ନତି ସହିତ ବଦଳିଲେ ୧୧ ଜିଲ୍ଲାର ଏସପି
ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି ୧୧ଜିଲ୍ଲାର ଏସପି I ୨୦୦୯ ବ୍ୟାଚ୍ର ୩ ଜଣ ଆଇପିଏସ୍ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି I ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ପଦୋନ୍ନତି ସହ ସ୍ପେଶାଲ ଆର୍ମଡ ପୋଲିସର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଗଞ୍ଜାମ ଏସପି ବ୍ରିଜେଶ ସିଂଙ୍କୁ ଅନୁଗୋଳ ରେଞ୍ଜ ଡିଆଇଜି ଭାବେ ଓ ଭଦ୍ରକ ଏସପି ଚରଣ ସିଂ […]
ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି ୧୧ଜିଲ୍ଲାର ଏସପି I ୨୦୦୯ ବ୍ୟାଚ୍ର ୩ ଜଣ ଆଇପିଏସ୍ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି I
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ପଦୋନ୍ନତି ସହ ସ୍ପେଶାଲ ଆର୍ମଡ ପୋଲିସର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଗଞ୍ଜାମ ଏସପି ବ୍ରିଜେଶ ସିଂଙ୍କୁ ଅନୁଗୋଳ ରେଞ୍ଜ ଡିଆଇଜି ଭାବେ ଓ ଭଦ୍ରକ ଏସପି ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ଏସପି ଭାବେ ବଦଳି କରାଯାଇଛି।
ସେହିପରି ରାହୁଲ ପିଆରଙ୍କୁ ଜଗତସିଂହପୁର ଏସପି , ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି ହୋଇଛି। ଏଲ. ଦିବ୍ୟାଙ୍କୁ ଏସପି ଭିଜିଲାନ୍ସ, ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସପି, ବିନୀତ ଅଗ୍ରୱାଲଙ୍କୁ ଯାଜପୁର ଏସପି ଭାବେ ବଦଳି ହୋଇଛି। ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭଦ୍ରକ ଏସପି, ସାଗରିକା ନାଥଙ୍କୁ ବାଲେଶ୍ୱର ଏସପି, ଗୁଣ୍ଡାଲା ରେଡ୍ଡୀ ଆରଙ୍କୁ ନୂଆପଡ଼ା ଏସପି ଭାବେ ନିଯୁକ୍ତି ମିଳିଛି। ସେହିପରି ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ ଏସପି, ଅଭିନବ ସୋଙ୍କରଙ୍କୁ କୋରାପୁଟ ଏସପି ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି।




