ଓଡିଶା ପୋଲିସ ବିଭାଗରେ ବଡ଼ ଧରଣର ବଦଳି

ଭୁବନେଶ୍ୱର : ଓପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୯ଜଣ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁ । ସୀମା ସ୍ୱାଇଁଙ୍କୁ ତାଳଚେରର ଅତିରିକ୍ତ ଏସପି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗିରର ଅତିରିକ୍ତ ଏସପି ଆଲୋକ ଜେନାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଏସପି ଦାୟିତ୍ୱ ଦିଆଯାଇଛି । ସେହିପରି ବରଗଡର ଅତିରିକ୍ତ ଏସପି ଇନ୍ଦୁରେଖା […]

ଓଡିଶା ପୋଲିସ ବିଭାଗରେ ବଡ଼ ଧରଣର ବଦଳି
Samaya Live Picture
Published On

ଭୁବନେଶ୍ୱର : ଓପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୯ଜଣ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁ । ସୀମା ସ୍ୱାଇଁଙ୍କୁ ତାଳଚେରର ଅତିରିକ୍ତ ଏସପି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗିରର ଅତିରିକ୍ତ ଏସପି ଆଲୋକ ଜେନାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଏସପି ଦାୟିତ୍ୱ ଦିଆଯାଇଛି ।

ସେହିପରି ବରଗଡର ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି । ଅମ୍ରିତ କୁମାର ପଣ୍ଡା, ସ୍ୱାସ୍ତିକ ପଣ୍ଡା, ସୌରଭ ଓତା ବରଗଡ ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ କଟକ ହେଡକ୍ୱାଟରକୁ ବଦଳି କରାଯାଇଛି । ପ୍ରଭାତ କୁମାର ବିଶ୍ୱାଳ, ସଞ୍ଜିବ ଶତପଥୀ, ସସ୍ମିତା ସାହୁ, ଅଶ୍ୱନୀ କୁମାର ନାଏକ, ଦେବଜିତ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କେରକେଟା, ଗୁଣନିଧି ମଲ୍ଲିକ, ଆକାଶ ଚନ୍ଦ୍ର ସାହୁ, ହରପ୍ରିୟା ନାୟକ, ସତ୍ୟବିକାଶ ଭୂୟାଁ, ଅଂଶମାନ ଦ୍ୱିବେଦୀ, ସ୍ନେହାଶିଷ ସାହୁ, ପ୍ରକାଶ ଜେମ୍ସ ଟପୋଙ୍କୁ ବଦଳି କରାଯାଇଛି ।

Tags: