ସମ୍ବଲପୁର – ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ ,ଯାତ୍ରୀ ସୁରକ୍ଷିତ
ସମ୍ବଲପୁର : ସମ୍ବଲପୁର – ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ । ସିଟି ଷ୍ଟେସନ-ସମ୍ବଲପୁର ଜଙ୍କସନ ନିକଟରେ ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସିଯାଇଥିଲା । ଆଜି ସକାଳ ୯ ୪୦ ରୁ ୧୦ ଟା ମଧ୍ୟରେ ଦୁର୍ଘଟଣା ଘଟିଛି । ତେବେ ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ କୋଚ ର ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଛି । ଟ୍ରେନଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା […]
ସମ୍ବଲପୁର : ସମ୍ବଲପୁର – ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ । ସିଟି ଷ୍ଟେସନ-ସମ୍ବଲପୁର ଜଙ୍କସନ ନିକଟରେ ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସିଯାଇଥିଲା । ଆଜି ସକାଳ ୯ ୪୦ ରୁ ୧୦ ଟା ମଧ୍ୟରେ ଦୁର୍ଘଟଣା ଘଟିଛି । ତେବେ ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ କୋଚ ର ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଛି । ଟ୍ରେନଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ବଗିକୁ ଛାଡି ଟ୍ରେନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ହାଇଛି । ବର୍ତ୍ତମାନ ରେଳ କର୍ମଚାରୀମାନେ ପହଞ୍ଚି ବଗିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଘଣ୍ଟାଏରୁ ଦେଢ଼ ଘଣ୍ଟା ମଧ୍ୟରେ ଉଦ୍ଧାର କାର୍ଯ୍ୟ ସରିବ ବୋଲି ସୂଚନା ଦିଆଯାଇଛି ।




