ମହେଶ୍ୱର ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ଶୋକ ବ୍ୟକ୍ତ
ଭୁବନେଶ୍ୱର : ପରଲୋକରେ ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ଶ୍ରୀ ମହେଶ୍ୱର ମହାନ୍ତି I ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲ ତାଙ୍କର ଦେହାନ୍ତ ହୋଇଛି I ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ନୂତନ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ରାଜ୍ୟପାଳ ମହେଶ୍ୱରଙ୍କୁ ଜଣେ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ […]
ଭୁବନେଶ୍ୱର : ପରଲୋକରେ ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ଶ୍ରୀ ମହେଶ୍ୱର ମହାନ୍ତି I ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲ ତାଙ୍କର ଦେହାନ୍ତ ହୋଇଛି I ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ନୂତନ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ରାଜ୍ୟପାଳ ମହେଶ୍ୱରଙ୍କୁ ଜଣେ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
ସେହିଭଳି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ତଥା ଜଣେ ଦକ୍ଷ ସଂଗଠକ ଥିଲେ । ସେ ବିଧାୟକ ଭାବେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି କହିବା ସହିତ ପରଲୋକ ଗତ ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି ।
ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ମହେଶ୍ୱରଙ୍କ ପରଲୋକରେ ଶୋକବ୍ୟକ୍ତ କରିବା ସହ କହିଛନ୍ତି, ଏ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ ପରିବାରବର୍ଗଙ୍କୁ ମୋର ସମବେଦନା । ପ୍ରମିଳା ଓ ମହେଶ୍ୱର ଦୀର୍ଘ ବର୍ଷ ହେବ ଏକାଠି କାମ କରି ଆସିଥିଲେ । ନବୀନ ସରକାରରେ ଉଭୟ ମନ୍ତ୍ରୀ ଭାବେ ଏକାଠି କାର୍ଯ୍ୟ କରିଛନ୍ତି ।
ଅନ୍ୟପଟେ ଦିବଂଗତ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର,ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ,ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ବ୍ରେନ ଷ୍ଟ୍ରୋକ ହେବାଯୋଗୁଁ ଆଜି ଭୋର ୩.୨୫ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସେ ଗତ ୧ ତାରିଖରେ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ଆଜି ଭୋର ୩ଟା ୨୫ରେ ବ୍ରେନଷ୍ଟ୍ରୋକରେ ତାଙ୍କର ଦେହାନ୍ତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପୁରୀରୁ କାଉନସିଲର୍ ଭାବେ ସେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ।




