୬୬ ବର୍ଷ ବୟସରେ ଆଖି ବୁଜିଲା ମହେନ୍ଦ୍ର

ବାରିପଦା : ପାଶୁପ୍ରେମୀଙ୍କ ପାଇଁ ଦୁଖଦଃ ଖବର । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ପୋଷା ହାତୀ ମହେନ୍ଦ୍ରର ମୃତ୍ୟୁ । ଗତକାଲି ରାତିରେ ଚହଲା ନିକଟରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୬୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ମହେନ୍ଦ୍ରର ଚିକିତ୍ସା ଚାଲିଥିଲା । ଗତ ଦୁଇଦିନ ହେବ ସେ ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ସେଠାରେ ତାକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ […]

Samaya Live Picture
Published On

ବାରିପଦା : ପାଶୁପ୍ରେମୀଙ୍କ ପାଇଁ ଦୁଖଦଃ ଖବର । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ପୋଷା ହାତୀ ମହେନ୍ଦ୍ରର ମୃତ୍ୟୁ । ଗତକାଲି ରାତିରେ ଚହଲା ନିକଟରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୬୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ମହେନ୍ଦ୍ରର ଚିକିତ୍ସା ଚାଲିଥିଲା । ଗତ ଦୁଇଦିନ ହେବ ସେ ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ସେଠାରେ ତାକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ। ୨୦୦୧ ରେ କର୍ଣ୍ଣାଟକରୁ ଅନ୍ୟ ଦୁଇ ହାତୀ ଶୋଭା ଓ ଭବାନୀ ସହିତ ଶିମିଳିପାଳକୁ ଆସିଥିଲା ମହେନ୍ଦ୍ର।

ଶିମିଳିପାଳକୁ ଶିକାରୀ, ମାଓବାଦୀ ଓ କାଠ ମାଫିଆ କବଳରୁ ରକ୍ଷା କରୁଥିବା ଉପଯୁକ୍ତ ତାଲିମ ପ୍ରାପ୍ତ ଦନ୍ତାହାତୀ ‘ମହେନ୍ଦ୍ର’ ଶିମିଳିପାଳର ସୁରକ୍ଷାରେ ମୁତୟନ କରାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହେନ୍ଦ୍ର ପିଠିରେ ବସି କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ମହେନ୍ଦ୍ର । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମହେନ୍ଦ୍ରକୁ ଶିମିଳିପାଳକୁ ଅଣାଯାଇଥିଲା । ଦୀର୍ଘ ୨୪ ବର୍ଷ ହେବ ସେ ନିଜ ଜୀବନକୁ ବାଜି ଲଗାଇ ଶିମିଳିପାଳକୁ ସୁରକ୍ଷା ଦେଉଥିଲା । ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତିରେ ଗୁଡ଼ଗୁଡ଼ିଆରେ ମହେନ୍ଦ୍ର ମାଓବାଦୀଙ୍କ ଗୁଳି ଓ ତୀର ମାଡ଼ର ଶୀକାର ହୋଇଥିଲା । ତା ଦେହରେ ୫ଟି ଗୁଳି ବାଜି ଥିଲା । କିନ୍ତୁ ଡାକ୍ତରମାନଙ୍କ ଉତ୍ତମ ଚିକିତ୍ସା ଫଳରେ ସେ ପୁଣି ସୁସ୍ଥ ହୋଇ ଫେରିଥିଲା । ୨୦୧୮ରେ ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀର ସୁରକ୍ଷା କାର୍ଯ୍ୟରେ ମହେନ୍ଦ୍ରକୁ ସାତକୋଶିଆ ଅଭୟାରଣ୍ୟରେ ନିୟୋଜିତ କରାଯାଇଥିଲା । ୪ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା । ଗତ କିଛି ଦିନ ହେଲା, ସେ ଅସୁସ୍ଥ ହୋଇ ପଡ଼ିଥିଲା। ଗତକାଲି ମୃତ୍ୟୁ ହୋଇଚି। ଆଜି ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

Tags: