ମହୋଦଧିରେ ପାପ ଧୋଇଲେ କଂସ ମହାରାଜ
ପୁରୀ:ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ଅନ୍ତିମ ଦିବସରେ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା। ୧୧ ଦିନର ଧନୁଯାତ୍ରାରେ ପରେ ପୁରୀ ପହଞ୍ଚିଲେ କଂସ ମହାରାଜ। କଂସ ଭୂମିକାରେ ଅଭିନୟ ପରେ ପ୍ରାୟଶ୍ଚିତ କରିଛନ୍ତି। ଶେଷଦିନରେ କଂସ ମହାରାଜ ରାଜମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ। ଭ୍ରମଣ ବାଟରେ […]
ପୁରୀ:ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ଅନ୍ତିମ ଦିବସରେ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା। ୧୧ ଦିନର ଧନୁଯାତ୍ରାରେ ପରେ ପୁରୀ ପହଞ୍ଚିଲେ କଂସ ମହାରାଜ। କଂସ ଭୂମିକାରେ ଅଭିନୟ ପରେ ପ୍ରାୟଶ୍ଚିତ କରିଛନ୍ତି।
ଶେଷଦିନରେ କଂସ ମହାରାଜ ରାଜମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ। ଭ୍ରମଣ ବାଟରେ ସେ ଜର୍ଜ ହାଇସ୍କୁଲ ପଡ଼ଇାରେ ଲାଗିଥିବା ମୀନାବଜାର ଏବଂ ସେଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରେଡ୍ଡ୍ରପ୍ ମାରାଥନ୍ ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ। ଭ୍ରମଣ ସାରି କଂସ ଲୋକ ମଣ୍ଡପ ପଡ଼ଇାସ୍ଥିତ ରାଜ ଦରବାରକୁ ପହଞ୍ଚିଥିଲେ।
ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦାସ୍ଥିତ ଦରବାରକୁ ଯାଇ ଶିବଧନୁ ଭଙ୍ଗ କରିଥିଲେ। ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା। ଏହାପରେ ବେନିଭାଇ ଶ୍ରୀକୃଷ୍ଣ, ବଲରାମ ଲୋକ ମଣ୍ଡପ ପଡ଼ଇାସ୍ଥିତ ରାଜ ଦରବାରକୁ ଆସିଥିଲେ। ଶ୍ରୀକୃଷ୍ଣ, ବଲରାମଙ୍କୁ ହ୍ଯଯା କରିବା ପାଇଁ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସ ମହାରାଜଙ୍କ ପାତ୍ରମନ୍ତ୍ରୀ, ସେନାପତି ନିଜ ପରାକ୍ରମ ଦେଖାଇଥିଲେ। କଂସ ମହାରାଜ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ୱେ ରଣାଙ୍ଗନକୁ ଓହ୍ଲାଇଥିଲେ। କିନ୍ତୁ ବେନିଭାଇଙ୍କ ହାତରେ କଂସଙ୍କ ନିଧନ ହୋଇଥିଲା।
ମଙ୍ଗଳବାର ସକାଳେ ସେ ମହୋଦଧିରେ ସ୍ନାନ କରିବା ପରେ ଜଗନ୍ନାଥ ଦର୍ଶନ କରିଛନ୍ତି। ଦର୍ଶନ କରିବା ପରେ ସେ କହିଛନ୍ତି, ୧୧ ଦିନର ଯାତ୍ରା ଶେଷ ହୋଇଛି।




