ବେହରଣ ଦ୍ୱାର ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡମହାସ୍ନାନ

ପୁରୀ : ଶ୍ରୀ ମନ୍ଦିରରେ ଅଘଟଣ, ଶ୍ରୀ ଜୀଉଙ୍କର ହେଲା ମହାସ୍ନାନ । ଭିତରକାଠ ବେହରଣ ଦ୍ୱାର ନିକଟରେ ରକ୍ତଛିଟା ପଡିଥିବାର ଦେଖାଯାଇଥିଲା । ଆଜି ସକାଳ ମଙ୍ଗଳ ଆଳତୀ ପୂର୍ବରୁ ଶ୍ରୀଜିଉଙ୍କର ମହାସ୍ନାନ କରାଯାଇଥିଲା ଆଜି ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। କାରଣ ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର […]

Samaya Live Picture
Published On

ପୁରୀ : ଶ୍ରୀ ମନ୍ଦିରରେ ଅଘଟଣ, ଶ୍ରୀ ଜୀଉଙ୍କର ହେଲା ମହାସ୍ନାନ । ଭିତରକାଠ ବେହରଣ ଦ୍ୱାର ନିକଟରେ ରକ୍ତଛିଟା ପଡିଥିବାର ଦେଖାଯାଇଥିଲା । ଆଜି ସକାଳ ମଙ୍ଗଳ ଆଳତୀ ପୂର୍ବରୁ ଶ୍ରୀଜିଉଙ୍କର ମହାସ୍ନାନ କରାଯାଇଥିଲା ଆଜି ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। କାରଣ ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର କାଠ ପର୍ଯ୍ୟନ୍ତ ଯାଇଥାନ୍ତି। ଏହି ସମୟରେ ଭିତରକାଠ ନିକଟ ଧୁକୁଡ଼ି ଦ୍ୱାର ନିକଟରେ ଜଣେ ମହିଳାଙ୍କ ଆଙ୍ଗୁଠିରେ ରକ୍ତ ଲାଗିଥିଲା I

ଏହା ଜଣାପଡିବା ପରେ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକିଥିବା ଜଣାପଡିଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ହେବା ପରେ ନୀତି ଆଗକୁ ବଢିବ ବୋଲି ସୂଚନା ମିଳିଛି।

ସେହିପଡି ଗତ ରବିବାର ଦିନ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଥିଲା I ଚାଙ୍ଗଡ଼ା ଦ୍ୱାର ପାଖରୁ ବେହରଣ ଦ୍ୱାର ଯାଏଁ ରକ୍ତ ଛିଟା ପଡିଥିବାର ଦେଖାଯାଇଥିଲା I ସକାଳ ଧୂପ ଭୋଗ ଶେଷ ହେବାପରେ ଭିତର କାଠ ଦର୍ଶନ ସମୟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା I

Tags: