ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଲାଗିହେବ ଜୈବିକ ଚାଉଳରୁ ପ୍ରସ୍ତୁତ କୋଠଭୋଗ । ଆସନ୍ତା ରଥଯାତ୍ରାରୁ ଏହା ମହାପ୍ରଭୁଙ୍କ ଠାରେ ଲାଗିହେବ । କୋରାପୁଟ ଏବଂ ନିଆଳିରେ ଚାଷ ହେଉଛି ଜୈବିକ ଚାଉଳ । ବଳଭଦ୍ର ଜୈବିକ ଚାଉଳ ମିଶନ ଦ୍ୱାରା ଚାଉଳ ପ୍ରସ୍ତୁତ କରାଯାଉଛି । ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର। ପରବର୍ତ୍ତୀ ସମୟରେ ଜୈବିକ […]

ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ
Samaya Live Picture
Published On

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଲାଗିହେବ ଜୈବିକ ଚାଉଳରୁ ପ୍ରସ୍ତୁତ କୋଠଭୋଗ । ଆସନ୍ତା ରଥଯାତ୍ରାରୁ ଏହା ମହାପ୍ରଭୁଙ୍କ ଠାରେ ଲାଗିହେବ । କୋରାପୁଟ ଏବଂ ନିଆଳିରେ ଚାଷ ହେଉଛି ଜୈବିକ ଚାଉଳ । ବଳଭଦ୍ର ଜୈବିକ ଚାଉଳ ମିଶନ ଦ୍ୱାରା ଚାଉଳ ପ୍ରସ୍ତୁତ କରାଯାଉଛି । ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ।
ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର। ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ। ଗତ ରଥଯାତ୍ରା ବେଳେ ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ଭୋଗରେ ଏହି ଜୈବିକ ଚାଉଳର ବ୍ୟବହାର ହୋଇଥିଲା।

Tags: