ଆଜିଠୁ ମହାନଦୀ ଟ୍ରିବ୍ୟୁନାଲ ଟିମର ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତ
ଭୁବନେଶ୍ୱର: ଆଜିଠୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ ର ଓଡ଼ିଶା ଗସ୍ତ। ତ୍ରୖରୀୟ ପର୍ଯ୍ୟାୟରେ ଓଡିଶା ଗସ୍ତ କରି ସେମାନେ ଆସି ଝାରସୁଗୁଡାରେ ପହଞ୍ଚିବେ I ଟ୍ରିବ୍ୟୁନାଲର ପ୍ରତିନିଧି ମଣ୍ଡଳୀ ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରି ସାରିଲା ପରେ ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଓଡ଼ିଶାରେ ମହାନଦୀର ସ୍ଥିତିକୁ ସେମାନେ ଅନୁଧ୍ୟାନ କରିବେ। ହୀରାକୁଦ ଠାରୁ ମହାନଦୀର ଡେଲଟା ପର୍ଯ୍ୟନ୍ତ ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବାର କାର୍ଯ୍ୟକ୍ରମ […]
ଭୁବନେଶ୍ୱର: ଆଜିଠୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ ର ଓଡ଼ିଶା ଗସ୍ତ। ତ୍ରୖରୀୟ ପର୍ଯ୍ୟାୟରେ ଓଡିଶା ଗସ୍ତ କରି ସେମାନେ ଆସି ଝାରସୁଗୁଡାରେ ପହଞ୍ଚିବେ I ଟ୍ରିବ୍ୟୁନାଲର ପ୍ରତିନିଧି ମଣ୍ଡଳୀ ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରି ସାରିଲା ପରେ ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଓଡ଼ିଶାରେ ମହାନଦୀର ସ୍ଥିତିକୁ ସେମାନେ ଅନୁଧ୍ୟାନ କରିବେ। ହୀରାକୁଦ ଠାରୁ ମହାନଦୀର ଡେଲଟା ପର୍ଯ୍ୟନ୍ତ ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ଉପର ମୁଣ୍ଡ ଓ ତଳ ମୁଣ୍ଡ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି I ଏହି ପ୍ରରିପ୍ରେକ୍ଷିରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୦ ତାରିଖରେ ସତ୍ୟାଗ୍ରହ କରାଯିବ। ଝାରସୁଗୁଡାର କନକତୋରା ସ୍ଥିତି କେଲୋ ନଦୀ କୁଳରେ ଲୁହାବଗାଠାରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହେବ। ମହାନଦୀ ଆନ୍ଦୋଳନର ଶତାଧିକ ସଦସ୍ୟ ସେଠାରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଥିରେ ସାମିଲ ହେବା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକଶ୍ରୀ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ ପ୍ରମୁଖ ନିବେଦନ କରିଛନ୍ତି।




