ଜାମିନରେ ଆସି ପୁଣି ଥରେ ଗିରଫ ହେଲେ ମହାକାଳପଡ଼ା ତହସିଲଦାର
ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କରିଛି ଭିଜିଲାନ୍ସ । ତେବେ ଜାମିନରେ ଆସି ଆଜି ପୁଣି ଥରେ ଗିରଫ ହୋଇଛନ୍ତି ତହସିଲଦାର ଶିବ ମଲ୍ଲିକ । ପ୍ରଥମେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ଗତ ୨୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଆୟର ୧୯୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଶିବ ମଲ୍ଲିକ […]
ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କରିଛି ଭିଜିଲାନ୍ସ । ତେବେ ଜାମିନରେ ଆସି ଆଜି ପୁଣି ଥରେ ଗିରଫ ହୋଇଛନ୍ତି ତହସିଲଦାର ଶିବ ମଲ୍ଲିକ । ପ୍ରଥମେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ଗତ ୨୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।
ଆୟର ୧୯୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଶିବ ମଲ୍ଲିକ । ଚଢ଼ାଉ ବେଳେ ୪ଟି ବିଲଡିଂ,୭ ଦାମୀ ପ୍ଲଟ, ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମାଟଙ୍କା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କ୍ୟାସ୍ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଛି ମାମଲା ।




