ଏରିଆ କବ୍ଜା ପାଇଁ ମହାବଳଙ୍କ ମହା ଲଢେଇ
ମୟୁରଭଞ୍ଜ : ଶିମିଳିପାଳରେ ମହାବଳ ବାଘଙ୍କ ଲଢେଇ । କ୍ୟାମେରାରେ କଏଦ ହେଲା ଦୁଇ ମହାବଳ ବାଘ ମଧ୍ୟରେ ଚାଲୁଥିବା ଲଢ଼େଇର ଦୃଶ୍ୟ । ଅଞ୍ଚଳ ଦଖଲ ପାଇଁ ୨ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ । ଜଙ୍ଗଲରେ ନିଜର ଏକ ଚାଟିଆ ଆଧିପତ୍ୟ ତଥା ଏକ ନିର୍ଦିଷ୍ଟ ଅଂଚଳକୁ ଦଖଲ ପାଇଁ ବାଘ-ବାଘ ମଧ୍ୟରେ ଲଢେଇ ହୋଇଥାଏ । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି । ଲଢ଼େଇରେ ଜିତିଥିବା ବାଘ […]
ମୟୁରଭଞ୍ଜ : ଶିମିଳିପାଳରେ ମହାବଳ ବାଘଙ୍କ ଲଢେଇ । କ୍ୟାମେରାରେ କଏଦ ହେଲା ଦୁଇ ମହାବଳ ବାଘ ମଧ୍ୟରେ ଚାଲୁଥିବା ଲଢ଼େଇର ଦୃଶ୍ୟ । ଅଞ୍ଚଳ ଦଖଲ ପାଇଁ ୨ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ । ଜଙ୍ଗଲରେ ନିଜର ଏକ ଚାଟିଆ ଆଧିପତ୍ୟ ତଥା ଏକ ନିର୍ଦିଷ୍ଟ ଅଂଚଳକୁ ଦଖଲ ପାଇଁ ବାଘ-ବାଘ ମଧ୍ୟରେ ଲଢେଇ ହୋଇଥାଏ । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି । ଲଢ଼େଇରେ ଜିତିଥିବା ବାଘ ମଥାରେ କଳା ଚିହ୍ନ ଥିବା କହିଲେ କର୍ତ୍ତୃପକ୍ଷ ।
ଗତ ନଭେମ୍ବରରେ ଶିମିଳିପାଳରେ T-31 ଓ T-35 ନାମକ ଦୁଇଟି ବାଘ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଥିଲା। ଉଭୟଙ୍କ ମଧ୍ୟରୁ T-35 ଅପେକ୍ଷାକୃତ ଭାବେ T-31 ଅପେକ୍ଷା ଯୁବ ବୟସର। ତେଣୁ T-31 ସାମନାରେ ତିଷ୍ଠି ପାରି ନ ଥିଲା T-35 । ଆଉ ଦେଇଥିଲା ପଛ ଘୁଞ୍ଚା। ଶିମିଳିପାଳରେ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି । ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି ।




