ଅଗଷ୍ଟ ୧୫ ରେ ମିଳିବ ମଧୁବାବୁ ପେନସନ,ଜାରି ହେବ ସୁଭଦ୍ରା ଯୋଜନା ଏସଓପି

ଭୁବନେଶ୍ୱର : ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାର ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ। ବିଜେପି ନିର୍ବାଚନ ସମୟରେ ଭତ୍ତା ବଢିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ଚଳିତ ବର୍ଷ ବଜେଟରେ ଏଥିପାଇଁ ବ୍ୟୟବରାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ ବଜେଟରେ […]

Samaya Live Picture
Published On

ଭୁବନେଶ୍ୱର : ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାର ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ।

ବିଜେପି ନିର୍ବାଚନ ସମୟରେ ଭତ୍ତା ବଢିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ଚଳିତ ବର୍ଷ ବଜେଟରେ ଏଥିପାଇଁ ବ୍ୟୟବରାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଥିଲେ ଯେ, ୬୦ ବର୍ଷରୁ ଅଧିକ ସମସ୍ତଙ୍କୁ ୩୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଭତ୍ତା ମିଳିବ।

ଏହା ପୂର୍ବରୁ ସରକାର ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢାଇଛନ୍ତି। ପୁର୍ବରୁ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ଏହା ୪ ଲକ୍ଷ ୧୩ ହଜାର ବୃଦ୍ଧି ହୋଇଛି। ତେବେ ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିବ ବୋଲଇ ସମ୍ଭାବନା ରହିଛି।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବୟାନ ଆସିଛି । ସୁଭଦ୍ରା ଯୋଜନାକୁ ନେଇ ମହିଳାମାନେ ଭ୍ରମିତ ହୁଅନ୍ତୁ ନାହିଁ । ଆସନ୍ତା ୧୫ ତାରିଖରେ ଏନେଇ ଏସଓପି ଆସିବ । ସୁଭଦ୍ରା ଯୋଜନା ନେଇ ସେ ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସୁଭଦ୍ରା ଯୋଜନା ନେଇ ଲୋକଙ୍କ ମତାମତ ନିଆଯିବ, ଏହାପରେ ସାର୍ବଜନୀନ ହେବ । ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି । ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ। ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସଓପି ସାର୍ବଜନୀନ ହେବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Tags: