ଡିସେମ୍ବର ୩୧ ରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ
ଭୁବନେଶ୍ୱର : ଛାତ୍ର ଛାତ୍ରୀଙ୍କୁ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ ଟଙ୍କା । ଏସ.ସି.ଏବଂ ଏସ.ଟି.ଛାତ୍ର ଛାତ୍ରୀଙ୍କୁ ସରକାର ଦେବେ ପଢ଼ା ଖର୍ଚ୍ଚ । ଡିସେମ୍ବର ୩୧ ତାରିଖରେ ଏହି ଅର୍ଥ ପ୍ରଦାନ କରାଯିବ । ବରଗଡ଼ ଘେଁସ ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଏହି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ଯୋଜନା ଜରିଆରେ ରାଜ୍ୟର ଲକ୍ଷାଧିକ ଏସସି,ଏସଟି […]
ଭୁବନେଶ୍ୱର : ଛାତ୍ର ଛାତ୍ରୀଙ୍କୁ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ ଟଙ୍କା । ଏସ.ସି.ଏବଂ ଏସ.ଟି.ଛାତ୍ର ଛାତ୍ରୀଙ୍କୁ ସରକାର ଦେବେ ପଢ଼ା ଖର୍ଚ୍ଚ । ଡିସେମ୍ବର ୩୧ ତାରିଖରେ ଏହି ଅର୍ଥ ପ୍ରଦାନ କରାଯିବ । ବରଗଡ଼ ଘେଁସ ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଏହି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ଯୋଜନା ଜରିଆରେ ରାଜ୍ୟର ଲକ୍ଷାଧିକ ଏସସି,ଏସଟି ଛାତ୍ରଛାତ୍ରୀ ଶିକ୍ଷାକ୍ଷେତ୍ରରେ ଉପକୃତ ହୋଇପାରିବେ ।
ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏଥିରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ୧୫୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।




