ମା ତାରାତାରିଣୀ

ମା ତାରାତାରିଣୀ
Ipsita Picture
By: Ipsita
Published On

 

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରେ ରୀତିନୀତି ଓ ଶ୍ରଦ୍ଧାର ସହିତ ପାଳନ ହୋଇଥାଏ ଷୋଡ଼ଶ ଉପଚାର ପୂଜା । ପବିତ୍ର ମୂଳାଷ୍ଟମି ଠାରୁ ମାଁ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ପରମ୍ପରା ରହିଆସିଛି। ପ୍ରଥମ ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳା ମାନେ ସହସ୍ରାଧିକ ମାଠିଆରେ ପାଣି ଧରି ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ମାଁଙ୍କୁ ସେବାୟତ ମାନଙ୍କ ଦ୍ବାରା ସ୍ନାନ କରାଯାଇଥାଏ । ଏହାପରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥାଏ । ଏହି ଦିନ ଅନେକ ଭକ୍ତଙ୍କର ସମାଗମ ପୀଠରେ ଦେଖିବାକୁ ମିଳିଥାଏ । ରାଜ୍ୟରେ ରହିଥିବା ପ୍ରମୁଖ ଶକ୍ତିପୀଠରୁ ଅନ୍ୟତମ ହେଉଛି ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ପୀଠ।  ପୂଜାର ପ୍ରଥମ ଦିନରେ  ମନ୍ଦିରର ସେବାୟତ ଓ ସେବାୟତଙ୍କ ପରିବାରର ମହିଳା ମାନେ ଋଷିକୂଲ୍ୟା ନଦୀ ନିକଟରେ ପହଞ୍ଚି ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ । ଏହାପରେ ସେବାୟତ ପରିବାରର ମହିଳା ମାନେ ସହସ୍ରାଧିକ ମାଠିଆରେ ନଦୀରୁ ପାଣି ସଂଗ୍ରହ କରିଥାଆନ୍ତି । ନଦୀ ନିକଟରେ ପୂଜା ସରିବା ପରେ ମହିଳା ମାନେ ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମାଆଙ୍କ ମନ୍ଦିରରେ ପହଞ୍ଚନ୍ତି । ଏହାପରେ ମାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପକୁ ମା ଙ୍କୁ ଅଣାଯାଇଥାଏ । ସେଠାରେ ମାଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ମାଙ୍କୁ ସ୍ନାନ କରାଯାଇଥାଏ । ଏହାପରେ ପୁଣିଥରେ ସ୍ନାନ ମଣ୍ଡପରୁ ମାଁଙ୍କୁ ମୁଖ୍ୟ ମନ୍ଦିରକୁ ନିଆଯାଏ । ଏହିଭଳି ଭାବେ ମାଆଙ୍କର ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ । ମୂଳାଷ୍ଟମି ଠାରୁ ମହାଷ୍ଟମି ପର୍ଯ୍ୟନ୍ତ ମାଆ ତାରାତାରୀଣିଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଷୋଡ଼ଶ ଉପଚାର ପୂଜା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି ।

ପ୍ରସ୍ତୁତି

ବାବୁଲା ପାଣିଗ୍ରାହୀ

ବ୍ରହ୍ମପୁର

Tags: