ଖୋଲିଲା ମା ମଝିଘରିଆଣୀଙ୍କ ଦାନ ହୁଣ୍ଡି, ଚାଲିଛି ଗଣତି

ରାୟଗଡା : ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଛି । ୪ ମାସର ବ୍ୟବଧାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ହୁଣ୍ଡି ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସ ଏବଂ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ କଡା ସୁରକ୍ଷା ବଳୟ ଭିତରେ ୯ ଟି ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି । ୯ଟି ହୁଣ୍ଡିର ଦାନ ଅର୍ଥ ଗଣତି କର୍ଯ୍ୟରେ ମହିଳା […]

Samaya Live Picture
Published On

ରାୟଗଡା : ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଛି । ୪ ମାସର ବ୍ୟବଧାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ହୁଣ୍ଡି ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସ ଏବଂ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ କଡା ସୁରକ୍ଷା ବଳୟ ଭିତରେ ୯ ଟି ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି ।

୯ଟି ହୁଣ୍ଡିର ଦାନ ଅର୍ଥ ଗଣତି କର୍ଯ୍ୟରେ ମହିଳା ସେଚ୍ଛାସେବୀ ସଂଘଠନର ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ପ୍ରକ୍ରିୟାରେ ପ୍ରାୟ ୨୦୦ ସେଚ୍ଛାସେବୀ ମହିଳା ନିୟୋଜିତ ହୋଇଛନ୍ତି । ଏହି କାମରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମାନିଛନ୍ତି ବୋଲି କହିଛନ୍ତି ଜଣେ ଏସଏଚଜି ଗ୍ରୁପ ମହିଳା ।

ସୂଚନାନୁସାରେ,ଗତ ମାର୍ଚ୍ଚ ମାସ ୧୮ ଟି୬୫ଖରେ ମା’ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି ହୋଇଥିଲା । ଏଥିରୁ ୮୯ କଳଶା ୭୨ ହଜାର ୨୨୫ ଟଙ୍କା ସହିତ ସୁନା ୬୨ ଗ୍ରାମ ଏବଂ ରୂପା ୨ କେଜି ୩୦୦ ଗ୍ରାମ ସଂଗ୍ରହ ହୋଇଥିବାବେଳେ ୬୨ ଟି ବିଦେଶୀ ନୋଟ ମଧ୍ୟ ମିଳିଥିଲା । ଚଳିତ ଥର ଗଣତି କାର୍ଯ୍ୟ ଜାରି ରହିଛି । ହୁଣ୍ଡି ଅର୍ଥକୁ ରାୟଗଡା ୟୁନିଅନ ବ୍ୟାଙ୍କରେ ଜମା କରାଯିବ ବୋଲି ମନ୍ଦିର କମିଟି ସୂଚନା ଦେଇଛନ୍ତି ।

Tags: