ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ କ୍ରୁଜ୍‌ ବୋଟ୍‌ ସୁବିଧା, ପର୍ଯ୍ୟଟକଙ୍କ ପାଇଁ ମିଳିବ ସ୍ୱତନ୍ତ୍ର ସୁବିଧା

ସମ୍ବଲପୁର/ବୁର୍ଲା : ଫେବୃଆରୀ ୨୩: ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବୋଟିଂ ସୁବିଧା ଆରମ୍ଭ ହୋଇଥିବା ବେଳେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଉ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରରେ କ୍ରୁଜ୍‌ ବୋଟ ସୁବିଧା ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ କ୍ରୁଜ୍‌ ଆସି ଜଳଭଣ୍ଡାରର ଜଳରାଶିରେ ପଡି ସାରିଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ଏହା ସେବା ଯୋଗାଇବ ବୋଲି […]

Samaya Live Picture
Published On

ସମ୍ବଲପୁର/ବୁର୍ଲା : ଫେବୃଆରୀ ୨୩: ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବୋଟିଂ ସୁବିଧା ଆରମ୍ଭ ହୋଇଥିବା ବେଳେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଉ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରରେ କ୍ରୁଜ୍‌ ବୋଟ ସୁବିଧା ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ କ୍ରୁଜ୍‌ ଆସି ଜଳଭଣ୍ଡାରର ଜଳରାଶିରେ ପଡି ସାରିଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ଏହା ସେବା ଯୋଗାଇବ ବୋଲି ସଂସ୍ଥା ପକ୍ଷରୁ ସୂଚନା ମିଲିଛି ।

ରାଜ୍ୟରେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବାକୁ ଯାଉଛି ଏହି କ୍ରୁଜ୍‌ ସେବା । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଘରୋଇ ସଂସ୍ଥାକୁ ଏହି କ୍ରୁଜ୍‌ ବୋଟିଂ ଚଲାଇବା ପାଇଁ ଅନୁମତି ଦିଆଯାଇଛି । ତେବେ ସଂସ୍ଥା ଏହି ବୋଟ୍‌ ଆଣି ରବିବାର ହୀରାକୁଦ ଜଳଭଣ୍ଡାରର ରାଇଟ୍‌ ଡାଇକ୍‌ ଝାଙ୍କରାଣୀ ନିକଟରେ ପକାଇଥିବା ଦେଖିବାକୁ ମିଳଥିଲା । ଏହି ବୋଟିଂ ବ୍ୟବସ୍ଥା ରାଜ୍ୟରେ କୌଣସି ସ୍ଥାନରେ ନଥିବା ବେଳେ ଏହା ପ୍ରଥମ କରି ହିରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବାକୁ ଯାଉଛି ।

କ୍ରୁଜ ବୋଟ୍‌ରେ ଏକାସାଙ୍ଗରେ ୪୦ ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ରହିଛି । ଏଥିସହିତ ବୋଟ୍‌ ମଧ୍ୟରେ ଚା’, କଫି ଏବଂ ଜଳଖିଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ବୋଟ୍‌ରେ ବସି ପର୍ଯ୍ୟଟକମାନେ ଝାଙ୍କରାଣୀ ଘାଟରୁ ଡେବ୍ରିଗଡ ପର୍ଯ୍ୟନ୍ତ ବୁଲିବାର ସୁଯୋଗ ପାଇ ପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ କ୍ରୁଜ୍‌ ବୋଟ୍‌ ସୁବିଧା, ପର୍ଯ୍ୟଟକଙ୍କ ପାଇଁ ମିଳିବ ସ୍ୱତନ୍ତ୍ର ସୁବିଧା

ଏହି ବୋଟ୍‌ରେ ବୁଲିବାକୁ ହେଲେ ଜଣେ ପର୍ଯ୍ୟଟକଙ୍କୁ ୪ଶହ ଟଙ୍କା ଦେବାକୁ ପଡିବ ଏବଂ ଏହା ବ୍ୟତୀତ ବିଭିନ୍ନ ପ୍ରକାର ଜଳଖିଆ ଏବଂ ଚା’ କଫି ପାଇଁ ଇଛୁକ ପର୍ଯ୍ୟଟକଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି । ତେବେ ଏହି ବ୍ୟବସ୍ଥା ଆରମ୍ଭ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି ।