ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ,ଆଗାମୀ ୪ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର : ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଟୁଇନ୍ସିଟିରେ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବର୍ତ୍ତମାନ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ କିଛି ଘଣ୍ଟାରେ ଭୁବନେଶ୍ୱର-କଟକ ସହରରେ […]
ଭୁବନେଶ୍ୱର : ୱେଲ ମାର୍କଡ ଲୋପ୍ରେସରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଟୁଇନ୍ସିଟିରେ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବର୍ତ୍ତମାନ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ କିଛି ଘଣ୍ଟାରେ ଭୁବନେଶ୍ୱର-କଟକ ସହରରେ ବର୍ଷାର ପରିମାଣ ବଢିପାରେ ।
ପୂର୍ବାହ୍ନ ୧୧ଟା ପରେ ଅନୁଗୁଳ-ଢେଙ୍କାନାଳ ଓ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଦେଓଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହା ବ୍ୟତୀତ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଏବଂ ନବରଙ୍ଗପୁର ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ବଲାଙ୍ଗୀର, ମୟୂରଭଞ୍ଜ, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଝଡ଼ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ାର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବଜ୍ରପାତ ଏବଂ ଘଣ୍ଟା ପ୍ରତି ୩୦-୪୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଆଇଏମଡି ସତର୍କ କରିଛି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।
ସାଧାରଣତଃ ମୌସୁମୀ ସମୟରେ ୧୩ରୁ ୧୪ଟି ଲଘୁଚାପ ଓ ଅବପାତ ସୃଷ୍ଟି ହୋଇଥାଏ, କିନ୍ତୁ ଏଥର ୧୬ଟି ଲଘୁଚାପ ଓ ଅବପାତ ହେବାର ଆକଳନ ରହିଛି। ଲଘୁଚାପ ହେଲେ ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅଧିକ ବର୍ଷା ହେବ।




