ପୂଜାରେ ଭିଜିବ ରାଜ୍ୟ ୨୩ ଓ ୨୬ ରେ ଲଘୁଚାପ
ଭୁବନେଶ୍ୱର : ବର୍ଷାରେ ଧୋଇଯିବ ପାର୍ବଣ ମଜା I ପଛକୁ ପଛ ଆସୁଛି ୨ଟି ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ମିଆଁମାର ଉପକୂଳରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଫଳରେ ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଥମ ଲଘୁଚାପ ଟି ୨୩ ତାରିଖରେ ହେବାକୁ ଥିବା ବେଳେ ୨ୟ ଲଘୁଚାପଟି ୨୬ ତାରିଖ ବେଳକୁ ଦାନା ବାନ୍ଧିବ । ପ୍ରଭାବରେ ୨୨ ତାରିଖରୁ […]
ଭୁବନେଶ୍ୱର : ବର୍ଷାରେ ଧୋଇଯିବ ପାର୍ବଣ ମଜା I ପଛକୁ ପଛ ଆସୁଛି ୨ଟି ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ମିଆଁମାର ଉପକୂଳରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଫଳରେ ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଥମ ଲଘୁଚାପ ଟି ୨୩ ତାରିଖରେ ହେବାକୁ ଥିବା ବେଳେ ୨ୟ ଲଘୁଚାପଟି ୨୬ ତାରିଖ ବେଳକୁ ଦାନା ବାନ୍ଧିବ । ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ପାଣିପାଗ ବଦଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପ୍ଟେମ୍ବର ୨୩ରୁ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ୨୬ ତାରିଖ ଠାରୁ ପାଗ ବଦଳିବ। ସେପ୍ଟେମ୍ବର ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ସେପ୍ଟେମ୍ବର ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା ରହିଛି। ମହାନଦୀ ଅବବାହିକାରେ ବି ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆସନ୍ତା ୨୩ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ୨୬ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ (ଦ୍ଵିତୀୟ) ଲଘୁଚାପ ଦାନା ବାନ୍ଧିବ। ଏହା ଘନୀଭୂତ ହୋଇ ୨୭ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ।
ଅନ୍ୟପଟେ ଫିଲିପାଇନ୍ସ ସାଗରରେ ସୃଷ୍ଟି ହୋଇଛି ଟ୍ରପିକାଲ ଷ୍ଟର୍ମ ରାଗାସା । ଯାହା ଆସନ୍ତା ସପ୍ତାହ ଆରମ୍ଭରେ ଲୁଜୋନ୍ ପ୍ରଣାଳୀ ନିକଟରେ ପହଞ୍ଚିବା ପୂର୍ବରୁ ଅତି ଶକ୍ତିଶାଳୀ ଟାଇଫୁନରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ଟାଇଫୁନ ପ୍ରଭାବ ଆସନ୍ତା ସପ୍ତାହ ଆରମ୍ଭରେ ତାଇୱାନ ଏବଂ ଉତ୍ତର ଫିଲିପାଇନ୍ସ ଉପରେ ପଡ଼ିବ । ପରବର୍ତ୍ତୀ ସପ୍ତାହରେ ଦକ୍ଷିଣ ଚୀନ୍ ଉପରେ ପ୍ରଭାବ ପକାଇବ ।




