ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଆରବ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଉତ୍ତର ଦିଗକୁ ଗତି କରି ଗୁରୁବାର ଏକ ଡିପ୍ରେସନରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ମଧ୍ୟ ଘୋଷଣା କରିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତିନିରୁ ଚାରି […]

ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
Samaya Live Picture
Published On

ଭୁବନେଶ୍ୱର : ଆରବ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଉତ୍ତର ଦିଗକୁ ଗତି କରି ଗୁରୁବାର ଏକ ଡିପ୍ରେସନରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ମଧ୍ୟ ଘୋଷଣା କରିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତିନିରୁ ଚାରି ଦିନ ମଧ୍ୟରେ କେରଳ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏନେଇ ପାଗ ଅତ୍ୟନ୍ତ ଅନୁକୂଳ ରହିଛି।

ବର୍ତ୍ତମାନ, ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଏବଂ ଦକ୍ଷିଣ ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଆଗାମୀ ଦିନରେ, ଏହା ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ, ଲକ୍ଷଦ୍ୱୀପ, କେରଳ, ତାମିଲନାଡୁ, ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ କିଛି ଉତ୍ତର-ପୂର୍ବ ରାଜ୍ୟ ସମେତ ଅତିରିକ୍ତ ଅଞ୍ଚଳକୁ ପ୍ରଭାବିତ କରିବାର ଆଶା କରାଯାଉଛି।

ସେପଟେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ଉପକୂଳ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ବରଗଡ଼, ନୂଆପଡ଼ା ବଲାଙ୍ଗୀର ଜିଲ୍ଲାକୁ ସତର୍କତା। ଏହି ଜିଲ୍ଲାମାନଙ୍କରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଡି ପବନର ସମ୍ଭାବନା ରହିଛି ।

Tags: