ଲଘୁଚାପ ସକ୍ରିୟ ,ଆଗାମୀ ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି। ଏଥିସହ ଏକ ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ରାଜ୍ୟ ଉପରେ ବିଭିନ୍ନ ପାଣିପାଗ ନିୟାମକ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଜୁଳି ଘଡଘଡି ସହ ଆଗାମୀ ୨ ଦିନ ଧରି ପ୍ରବଳ ବର୍ଷା ହେବ । ସେହିପରି ଆଗାମୀ ୧୭ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର […]

ଲଘୁଚାପ ସକ୍ରିୟ ,ଆଗାମୀ ୨ ଦିନ ପ୍ରବଳ ବର୍ଷା
Samaya Live Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି। ଏଥିସହ ଏକ ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ରାଜ୍ୟ ଉପରେ ବିଭିନ୍ନ ପାଣିପାଗ ନିୟାମକ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଜୁଳି ଘଡଘଡି ସହ ଆଗାମୀ ୨ ଦିନ ଧରି ପ୍ରବଳ ବର୍ଷା ହେବ । ସେହିପରି ଆଗାମୀ ୧୭ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ଆଜି ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲାକୁ ମଧ୍ଯ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଥିବାବେଳେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ୨୬ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ଗତ ୨୪ଘଣ୍ଟାରେ ବାଲେଶ୍ବର ଜିଲା ଭୋଗରାଇ ଅଞ୍ଚଳରେ ସର୍ବାଧିକ ୮.୩ ସେ.ମି. ବର୍ଷା ରେକର୍ଡ କରାଯାଇଛି ।

ଅନ୍ୟପଟେ ମେଲାଣି ନେବାକୁ ବସିଛି ମୌସୁମୀ । ୧୫ ତାରିଖ ବେଳକୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

Tags: