ଲଘୁଚାପ ସକ୍ରିୟ ,୪ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରକୋପ । ଆସନ୍ତା ୨୪ ଘଣ୍ଟା ଯାଏଁ ସ୍ଥିତି ଏଇଭଳି । ବୁଧୁବାର ରାତିରୁ ଟ୍ୱିନ ସିଟିରେ ମୁଷଳ ଧାରାରେ କାଚୁଛି ବର୍ଷା । ଭୁବନେଶ୍ଵରରେ ମଧ୍ୟ ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ସ୍ଥିତି ବେହାଲ ହୋଇଛି । ଗୁରୁବାର ବର୍ଷାର ପରିମାଣ ବଢିବା ନେଇ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ପାଣିପାଗ […]
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରକୋପ । ଆସନ୍ତା ୨୪ ଘଣ୍ଟା ଯାଏଁ ସ୍ଥିତି ଏଇଭଳି । ବୁଧୁବାର ରାତିରୁ ଟ୍ୱିନ ସିଟିରେ ମୁଷଳ ଧାରାରେ କାଚୁଛି ବର୍ଷା । ଭୁବନେଶ୍ଵରରେ ମଧ୍ୟ ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ସ୍ଥିତି ବେହାଲ ହୋଇଛି । ଗୁରୁବାର ବର୍ଷାର ପରିମାଣ ବଢିବା ନେଇ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓରେଞ୍ଜ ଏବଂ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,ରାୟଗଡା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଶୁକ୍ରବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଶନିବାରଠାରୁ ବର୍ଷା ପ୍ରକୋପ କମିବ । ରବିବାରଠାରୁ କାଁ ଭାଁ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି । ଆଜି ଦିନ ସାରା ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ବରେ ୧ ଫୁଟର ପାଣି ଜମିରହିଛି। ଫଳରେ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ପରିସ୍ଥିତିକୁ ଦେଖି ପମ୍ପ ସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।




