ପ୍ରେମୀ ଯୁଗଳଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର

ନିଆଳି : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ନିଆଳି ଥାନା ଅନ୍ତର୍ଗତ ମହଙ୍ଗପଡା ଗ୍ରାମରେ ଘଟିଛି। ପ୍ରେମୀ ଯୁଗଳଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ନିଆଳି ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଏ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୁତାବକ, ନିଆଳି ଥାନା ଅନ୍ତର୍ଗତ ମହଙ୍ଗପଡା ଗ୍ରାମରେ ଉଭୟଙ୍କ ଘର ହୋଇଥିବାବେଳେ ପ୍ରେମୀ […]

Samaya Live Picture
Published On

ନିଆଳି : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ନିଆଳି ଥାନା ଅନ୍ତର୍ଗତ ମହଙ୍ଗପଡା ଗ୍ରାମରେ ଘଟିଛି। ପ୍ରେମୀ ଯୁଗଳଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ନିଆଳି ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଏ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ମୁତାବକ, ନିଆଳି ଥାନା ଅନ୍ତର୍ଗତ ମହଙ୍ଗପଡା ଗ୍ରାମରେ ଉଭୟଙ୍କ ଘର ହୋଇଥିବାବେଳେ ପ୍ରେମୀ ଯୁଗଳଙ୍କୁ ଘର ଲୋକେ ବିବାହ ପାଇଁ ରାଜି ହେଉନଥିଲେ I ତେବେ ବିବାହ ପାଇଁ ଘର ଲୋକେ ରାଜି ନହେବାରୁ ଉଭୟେ ଏହି ଚରମ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି I ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ନିଆଳି ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି I ଆତ୍ମହତ୍ୟା ଘଟଣାରେ ସାରା ଶୋକର ଛାୟା ଛାଇ ଯାଇଛି।

Tags: