ଗଣତନ୍ତ୍ରରେ ହାରଜିତ ଲାଗି ରହେ – ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଗଣତନ୍ତ୍ରରେ ହାରଜିତ ଲାଗି ରହେ I ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ୱୀକାର କରୁଛୁ I ଆଗକୁ ମଧ୍ୟ ରାଜ୍ୟବାସୀଙ୍କ ସେବା ଜାରି ରହିବ I ତାଙ୍କୁ ରାଜ୍ୟବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ସେ ଆଜି ବିଜେଡି ନେତା ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ପାଣ୍ଡିଆନଙ୍କ ସଂପର୍କରେ ଚାଲିଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି । ନବୀନ ପଟ୍ଟନାୟକ […]

Samaya Live Picture
Published On

ଭୁବନେଶ୍ୱର : ଗଣତନ୍ତ୍ରରେ ହାରଜିତ ଲାଗି ରହେ I ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ୱୀକାର କରୁଛୁ I ଆଗକୁ ମଧ୍ୟ ରାଜ୍ୟବାସୀଙ୍କ ସେବା ଜାରି ରହିବ I ତାଙ୍କୁ ରାଜ୍ୟବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ସେ ଆଜି ବିଜେଡି ନେତା ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ପାଣ୍ଡିଆନଙ୍କ ସଂପର୍କରେ ଚାଲିଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ପାଣ୍ଡିଆନଙ୍କୁ ନେଇ ଯାହା ସବୁ ସମାଲୋଚନା ହେଉଛି ତାହାକୁ ମୁଁ ଗଭୀର ଭାବରେ ନିନ୍ଦା କରୁଛି । ଏହା ସହ ନବୀନ କହିଛନ୍ତି ପାଣ୍ଡିଆନ କୌଣସି ପଦବୀରେ ନାହାନ୍ତି କି ନିର୍ବାଚନ ଲଢିନାହାନ୍ତି । ତେଣୁ ତାଙ୍କୁ ଦୋଷାରୋପ କରିବା ଦୁର୍ଭାଗ୍ୟଜନକ I ସେ ପୁଣି ଥରେ କହିଛନ୍ତି ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି,ରାଜ୍ୟବାସୀ ମୋ ଉତ୍ତରାଧିକାରୀ ସ୍ଥିର କରିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ଭି.କେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଉଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ ଆଜି ଏ ସଂପର୍କରେ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ସେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଓ ସମାଲୋଚକମାନଙ୍କୁ ନିନ୍ଦା କରିଛନ୍ତି ।

Tags: