ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ପ୍ରାୟ ୨୪ଘଣ୍ଟା ପରେ ସ୍ୱାଭାବିକ ହୋଇଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ସକାଳୁ ସକାଳୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ସହ ଅବକାଶ ସରିଛି । ସମର୍ଥା ନିଯୋଗର ସହଯୋଗ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଠାରୁ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ସମର୍ଥା ସେବାୟତ । ନିଅଂଶ ପାଳି […]

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
Samaya Live Picture
Published On

ଭୁବନେଶ୍ୱର : ପ୍ରାୟ ୨୪ଘଣ୍ଟା ପରେ ସ୍ୱାଭାବିକ ହୋଇଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ସକାଳୁ ସକାଳୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ସହ ଅବକାଶ ସରିଛି । ସମର୍ଥା ନିଯୋଗର ସହଯୋଗ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଠାରୁ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ସମର୍ଥା ସେବାୟତ । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ମହାପ୍ରଭୁ ଲିଙ୍ଗରାଜ ଉପବାସ ରହିଛନ୍ତି ।

ସମର୍ଥା ସେବାୟତ ଦିଅଁଙ୍କ ଭୋଗ ପ୍ରସ୍ତୁତ ପାଇଁ ବିରିବଟା, ଚୁନାକୁଟା ମହାସୁଆର ସେବାୟତଙ୍କୁ ଯୋଗାଇଥାନ୍ତି । ବୁଧବାର ସମର୍ଥା ନିଯୋଗର ବୁଲା ସମର୍ଥାଙ୍କ ନିଅଂଶ ପାଳିଥିଲା । ଉକ୍ତ ପାଳିକୁ ମନ୍ଦିର ପ୍ରଶାସନ ଯୋଗେନ୍ଦ୍ର ସମର୍ଥାଙ୍କ ଦ୍ୱାରା କରିଥାଏ । ଏବେ ଯୋଗେନ୍ଦ୍ର ସମର୍ଥା ନିଅଂଶ ପାଳି କରିବାକୁ ମନା କରିବାରୁ ତାଙ୍କ ପାଳି କରିବାକୁ କେହି ରାଜି ହୋଇନଥିଲେ । ଫଳରେ ଦିଅଁଙ୍କ ନୀତିକାନ୍ତି ହୋଇପାରିନଥିଲା । ଧର୍ମମାସ କାର୍ତ୍ତିକରେ ମହାପ୍ରଭୁ ଲିଙ୍ଗରାଜ ୨୪ ଘଣ୍ଟା ଧରି ଖାଡା ଉପବାସ ରହିବା ସହିତ ହବିଷଆଳି ମାନେ ମଧ୍ୟ ଅବଢ଼ା ପାଇବାରୁ ବଞ୍ଚିତ ହୋଇଥିଲେ ।

ସୂଚନାମୁତାବକ,ଶ୍ରୀ ଲିଙ୍ଗରାଜ ମନ୍ଦିର ବାହାରେ ଫୁଲ ଦୋକାନ କରି ବ୍ୟବସାୟ କରିବା ପାଇଁ ଦାବି କରୁଥିଲେ ସମର୍ଥା ସେବାୟତ । ଏହାକୁ ମନ୍ଦିର ପ୍ରଶାସନ ଅନୁମତି ଦେବାରୁ ସମର୍ଥ ସେବାୟତ ମାନେ କ୍ଷୋଭ ପ୍ରକାଶ କରି ନୀତିକାନ୍ତି ବନ୍ଦ ରଖିଥିଲେ । ବର୍ତ୍ତମାନ ସମର୍ଥା ସେବାୟତ ନିଯୋଗ ସହ ଆଲୋଚନା ଚାଲିଛି । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

Tags: