ବଡ଼ ଠାକୁରଙ୍କ ପହଣ୍ଡିବେଳେ ଅଘଟଣ ,ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ

ପୁରୀ : ଗତକାଲି ପହଣ୍ଡି ସମୟରେ ବଡ଼ ଠାକୁର ପଡିଯିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ଘଟଣାରେ ଆହତ ସେବାୟତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ଏହା ସହିତ ଏଇଭଳି ସମ୍ବେଦନଶୀଳ ଘଟଣାର ଯେପରି ପୁନରାବୃତି ନ ଘଟେ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

Samaya Live Picture
Published On

ପୁରୀ : ଗତକାଲି ପହଣ୍ଡି ସମୟରେ ବଡ଼ ଠାକୁର ପଡିଯିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ଘଟଣାରେ ଆହତ ସେବାୟତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ଏହା ସହିତ ଏଇଭଳି ସମ୍ବେଦନଶୀଳ ଘଟଣାର ଯେପରି ପୁନରାବୃତି ନ ଘଟେ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେବା ସହିତ ଘଟଣାର ଅନୁଧ୍ୟାନ ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ପଠାଇଛନ୍ତି। ଏହା ସହିତ ଉପଯୁକ୍ତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପୁରୀରେ ଯାଇ ପହଞ୍ଚିଛନ୍ତି।

ସୂଚନାନୁସାରେ,ଗତକାଲି ମହାପ୍ରଭୁ ବଡ଼ ଠାକୁରଙ୍କ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିବେଳେ ଘଟିଗଲା ମହା ଅଘଟଣ । ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ।

ଯେଉଁଥିରେ ୭ରୁ ଅଧିକ ସେବାୟତ ଆହତ ହୋଇଥିବାବେଳେ ସେମାନେ ପୁରୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓ ଆଇନ ମନ୍ତ୍ରୀ ଶ୍ରୀହରିଚନ୍ଦନ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ଆହତଙ୍କ ଚିକିତ୍ସା ଲାଗି ପଦକ୍ଷେପ ନେଇଛନ୍ତି।ଏହି ଘଟଣା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ।

Tags: