ଲୁଟ ପରେ ଘରେ ନିଆଁ ଲଗାଇଦେଲେ ଲୁଟେରା

ବାଲୁଗାଁ : ଘରୁ କଳାକନା ବୁଲାଇ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଲୁଗାଁ ଥାନା ବେଲପଡା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟ ପାଟ ପରେ ଘର ଜାଳିଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍‌ ହୋଇଛି । ଘରେ ପଶି ଲକ୍ଷାଧିକ ଟଙ୍କାର […]

ଲୁଟ ପରେ ଘରେ ନିଆଁ ଲଗାଇଦେଲେ ଲୁଟେରା
Samaya Live Picture
Published On

ବାଲୁଗାଁ : ଘରୁ କଳାକନା ବୁଲାଇ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଲୁଗାଁ ଥାନା ବେଲପଡା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟ ପାଟ ପରେ ଘର ଜାଳିଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍‌ ହୋଇଛି । ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ୫୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ନିଆଁ ଲାଗିବା ପରେ ଖଟ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏପରିକି ଦୁର୍ବୃତ୍ତ ମାନେ କାନ୍ଥରେ ଅଶ୍ଳୀଳ ଭାଷା ମଧ୍ୟ ଲେଖିଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: