ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ ଲଗାଯାଇଥିବା କଟକଣା ହଟିବ I ଖବର ସଂଗ୍ରହ ପାଇଁ ଅବାଧରେ ସାମ୍ବାଦିକ ଲୋକସେବା ଭବନ ଭିତରକୁ ପ୍ରବେଶ କରି ପାରିବେ I ଜୁନ ୧୩ ତାରିଖ ରୁ ସାମ୍ବାଦିକମାନେ ଲୋକସେବା ଭବନକୁ ପ୍ରବେଶ କରିପାରିବେ I ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର […]

Samaya Live Picture
Published On

ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ ଲଗାଯାଇଥିବା କଟକଣା ହଟିବ I ଖବର ସଂଗ୍ରହ ପାଇଁ ଅବାଧରେ ସାମ୍ବାଦିକ ଲୋକସେବା ଭବନ ଭିତରକୁ ପ୍ରବେଶ କରି ପାରିବେ I ଜୁନ ୧୩ ତାରିଖ ରୁ ସାମ୍ବାଦିକମାନେ ଲୋକସେବା ଭବନକୁ ପ୍ରବେଶ କରିପାରିବେ I

ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର । ୨୦୨୦ କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା । ଏପରିକି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ସୂଚନାନୁସାରେ,ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ନୂଆ ସରକାର ଗଠନ କରିବାକୁ ଯାଉଛି । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯିବ । ୧୨ରେ ନୂଆ ସରକାର ଶପଥ ନେବାକୁ ଥିବା ବେଳେ ୧୩ରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ।

Tags: