ଲୋକସେବା ଭବନରେ ଗୁରୁତ୍ତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ,ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନରମାନେ ଯୋଗଦେଇଥିଲେ। ବୈଠକରେ ସରକାରୀ ସ୍ତରରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭିଜିଲାନ୍ସ ପ୍ରଶାସନର ସୁଦୃଢ଼ିକରଣ ଉପରେ ମୁଖ୍ୟଶାସନ ସଚିବ ମନୋଜ […]

ଲୋକସେବା ଭବନରେ ଗୁରୁତ୍ତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
Samaya Live Picture
Published On

ଭୁବନେଶ୍ଵର: ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ,ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନରମାନେ ଯୋଗଦେଇଥିଲେ।

ବୈଠକରେ ସରକାରୀ ସ୍ତରରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭିଜିଲାନ୍ସ ପ୍ରଶାସନର ସୁଦୃଢ଼ିକରଣ ଉପରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଗୁରୁତ୍ବାରୋପ କରିଛନ୍ତି। ଶ୍ରୀ ଆହୁଜା କହିଛନ୍ତି କାର୍ଯ୍ୟାଳୟରେ ଠିକ୍ ସମୟରେ ଉପସ୍ଥାନ ନ ଦେଉଥିବା ଏବଂ ଠିକ ଭାବରେ କାର୍ଯ୍ୟ ସଂପାଦନ କରୁନଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ବାଧ୍ୟତା ମୂଳକ ଅବସର ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା, ଉତ୍ତରଦାୟିତ୍ବ ନରହିବା ଅଭିଯୋଗ ଶୁଣାଣୀରେ ପ୍ରଭାବହୀନ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାରେ କୋହଳ ମନୋଭାବ, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯିବା ଭଳି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା।

Tags: