୩୨ ଅମାନିଆଙ୍କୁ ଉଠାଇ ନେଲା ପୋଲିସ

ସମୟ ଲାଇଭ,୧୩/୪(ଗରୁଡ଼ ଧ୍ୱଜ ଚୈାଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଛି। ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ତ୍ୱେ ଲକ୍ ଡାଉନ୍ ଆଇନକୁ ଉଲଂଘନ କରିବା ଅଭିଯୋଗରେ ୩୨ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ଆଜି କ୍ଵରେଣ୍ଟାଇନ ରଖିବା ପାଇଁ ପଠାଇ ଦିଆଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ନିଦ୍ଦେର୍ଶ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ନେତୃତ୍ୱରେ ପୋଲିସ ଦଳ […]

Samaya Live Picture
Published On

ସମୟ ଲାଇଭ,୧୩/୪(ଗରୁଡ଼ ଧ୍ୱଜ ଚୈାଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଛି। ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ତ୍ୱେ ଲକ୍ ଡାଉନ୍ ଆଇନକୁ ଉଲଂଘନ କରିବା ଅଭିଯୋଗରେ ୩୨ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ଆଜି କ୍ଵରେଣ୍ଟାଇନ ରଖିବା ପାଇଁ ପଠାଇ ଦିଆଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ନିଦ୍ଦେର୍ଶ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ନେତୃତ୍ୱରେ ପୋଲିସ ଦଳ ପାରଳାଖେମୁଣ୍ଡି ବିଭିନ୍ନ ଅଞ୍ଚଳରେ ଲକ୍ ଡାଉନ୍ ଆଇନକୁ ଉଲଂଘନ କରି ବିନା କାରଣରେ ପୃଥକ ପୃଥକ ଭାବେ ବାହାରେ ବୋଲି ଥିବା ବେଳେ ୩୨ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ପାରଳା ଥାନା କେସ୍ ନଂ ୭୮/୨୦ ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କରଣ୍ଟାଇନରେ ରଖିବାପାଇଁ ପଠାଇ ଦିଆଯାଇ ଥିବା ସୂଚନା ମିଳିଛି।

Tags: