ରାଜଧାନୀରେ ଦେଶୀ ମଦ କାରଖାନା ଠାବ
ଭୁବନେଶ୍ୱର : ରାଜଧାନୀରେ ପୁଣି ଦେଶୀ ମଦଭାଟିର ମିଳିଲା ସନ୍ଧାନ । ବାରମ୍ବାର ଚଢ଼ାଉ ସତ୍ତ୍ୱେ ବସ୍ତି ଗୁଡ଼ିକରୁ ହଟୁନାହିଁ ଦେଶୀ ମଦଭାଟି । ବେଡ଼ ରୁମ ଭିତରେ ସିକ୍ରେଟ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ। ସିକ୍ରେଟ ଚାମ୍ବର ଭିତରେ ଚାଲୁଥିଲା ବେଆଇନ ଦେଶୀ ମଦ କାରଖାନା । ସାଲିଆସାହି ବୀରବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ । ପୂର୍ବରୁ […]
ଭୁବନେଶ୍ୱର : ରାଜଧାନୀରେ ପୁଣି ଦେଶୀ ମଦଭାଟିର ମିଳିଲା ସନ୍ଧାନ । ବାରମ୍ବାର ଚଢ଼ାଉ ସତ୍ତ୍ୱେ ବସ୍ତି ଗୁଡ଼ିକରୁ ହଟୁନାହିଁ ଦେଶୀ ମଦଭାଟି । ବେଡ଼ ରୁମ ଭିତରେ ସିକ୍ରେଟ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ। ସିକ୍ରେଟ ଚାମ୍ବର ଭିତରେ ଚାଲୁଥିଲା ବେଆଇନ ଦେଶୀ ମଦ କାରଖାନା । ସାଲିଆସାହି ବୀରବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ । ପୂର୍ବରୁ ସାଲିଆସାହି ବୀରବାସା ବସ୍ତିରେ ଏକ ବେଡ଼ରୁମ ଭିତରେ ଥିବା ଏକ ମହୁଲି ମଦ ଭାଟି ଠିକଣା ଉପରେ ଚଢାଉ କରିଥିବାବେଳେ ଆଜି ପୁଣି ଆଉ ଏକ ମଦଭାଟିର ସନ୍ଧାନ ପାଇଛି।




