ମୋ ପାଖେ ଲବି କାମ ଦେବନି – ମହନ୍ତ
ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଚରଣ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ କଂଗ୍ରେସର ବହୁ ନେତା ସ୍ୱାଗତ ଲାଗି ପହଞ୍ଚିଥିଲେ । ବିମାନବନ୍ଦରରୁ ବାହାରିବା ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ କଂଗ୍ରେସ ଭବନ ଅଭିମୁଖେ ବାହାରିଛନ୍ତି। ରାଜ୍ୟ ପିସିସି ସଭାପତି ଚୟନ ପ୍ରସଙ୍ଗରେ […]
ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଚରଣ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ କଂଗ୍ରେସର ବହୁ ନେତା ସ୍ୱାଗତ ଲାଗି ପହଞ୍ଚିଥିଲେ । ବିମାନବନ୍ଦରରୁ ବାହାରିବା ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ କଂଗ୍ରେସ ଭବନ ଅଭିମୁଖେ ବାହାରିଛନ୍ତି।
ରାଜ୍ୟ ପିସିସି ସଭାପତି ଚୟନ ପ୍ରସଙ୍ଗରେ ଚରଣ ଦାସ କହିଛନ୍ତି, ମୋ ପାଖରେ ଲବି କାମ ଦେବନି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ଓଡିଶା ଆସିଛି । ତେବେ ସିନିୟର ନେତାଙ୍କଠାରୁ ଆରମ୍ଭ କରି ଜୁନିୟର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା ଶୁଣିବି, ଚର୍ଚ୍ଚା ହେଉଥିବା ନା କୌଣସି ପ୍ରଭାବ ପକାଇବନି । ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ବେଳକୁ ହାଇକମାଣ୍ଡଙ୍କ ପାଖେ ରିପୋର୍ଟ ପ୍ରଦାନ କରିବି । ଏହାପରେ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ କିଏ ହେବ ରାଜ୍ୟର ପରବର୍ତ୍ତୀ ପିସିସି ମୁଖିଆ ।
ସୂଚନାଯୋଗ୍ୟ ଯେ, ସୋମବାରଠାରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ। ଚରଣ ଦାସ ମହନ୍ତଙ୍କ ସହ ପୂର୍ବତନ ଏମ୍ପି ମିନାକ୍ଷୀ ନଟରାଜନଙ୍କୁ ମଧ୍ୟ ସାଙ୍ଗରେ ନେଇ ରିପୋର୍ଟ ସଂଗ୍ରହ କରିବା ଲାଗି ଚରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାମକୁ ଆଗକୁ ବଢ଼ାଇବା ସକାଶେ ମିନାକ୍ଷୀ ମଧ୍ୟ ଓଡ଼ିଶା ଆସିଛନ୍ତି । ଉଭୟ ନେତା କଂଗ୍ରେସ ଭବନଠାରେ ପହଞ୍ଚି ଦିନ ୧ଟା ସମୟରେ ପ୍ରଥମେ ଷ୍ଟିୟରିଂ କମିଟି ସଦସ୍ୟମାନଙ୍କ ସହିତ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି। କଂଗ୍ରେସ ଭବନରେ ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏସବୁ ପରେ ରାଜ୍ୟ କଂଗ୍ରେସ ମୁଖିଆ ନାଁରେ ମୋହର ବାଜିବ ବୋଲି ସୂଚନା ମିଳିଛି ।




