କଟକ ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ଲିଭର ପ୍ରତିରୋପଣ ସଫଳ

କଟକ : କଟକ ଏସସିବି ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ସଫଳ ହେଲା ଲିଭର ପ୍ରତିରୋପଣ। ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ। ନୟାଗଡର ମାନସ କୁମାର ମୁଦୁଲିଙ୍କ ଲିଭର ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦର ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ଲିଭର ପ୍ରତିରୋପଣ ପ୍ରଥମ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଆଜି କରାଯାଇଛି ଦ୍ୱିତୀୟ ପ୍ରତିରୋପଣ। ହାଇଦ୍ରାବାଦରୁ ଆସିଥିବା ଡାକ୍ତର […]

Samaya Live Picture
Published On

କଟକ : କଟକ ଏସସିବି ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ସଫଳ ହେଲା ଲିଭର ପ୍ରତିରୋପଣ। ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ। ନୟାଗଡର ମାନସ କୁମାର ମୁଦୁଲିଙ୍କ ଲିଭର ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦର ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ଲିଭର ପ୍ରତିରୋପଣ ପ୍ରଥମ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଆଜି କରାଯାଇଛି ଦ୍ୱିତୀୟ ପ୍ରତିରୋପଣ। ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଦଳ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅପରେସନ କରିଥିଲେ। ବିଶେଷଜ୍ଞ ଏନେଇ ଖୁସି ପ୍ରକଟ କରିବା ସହିତ ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଲିଭର ଖରାପ ହେବାର ୨୦ରୁ ଅଧିକ କାରଣ ରହିଛି। ଅଧିକ ପରିମାଣର ଜ୍ଵର ଔଷଧ ଏକା ସଙ୍ଗେ ସେବନ, ହେପାଟାଇଟିସ E ରେ ପୀଡିତ ଗର୍ଭବତୀ ମହିଳାଙ୍କ ନିୟମିତ ଅତ୍ୟଧିକ ମଦ ସେବନ, ଜଙ୍କ ଫୁଡ ସେବନ ଆଦିରେ ନଷ୍ଟ ହୁଏ ଲିଭର। ତେବେ ଯୁବାବସ୍ଥାରେ ନିଶା ସେବନ ଦ୍ଵାରା ଅଧିକ ସଂଖ୍ଯାରେ ଏହି ରୋଗ ଦେଖାଯାଉଥିବା କହିଛନ୍ତି ବିଶେଷଜ୍ଞ।

Tags: