ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ ସ୍ପଷ୍ଟିକରଣ ଦେଲେ ସରକାର
ନୂଆଦିଲ୍ଲୀ: ଜୁନ୍ ୦୧: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟ ଶାସନ ସଚିବ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ଅଧ୍ୟାଦେଶକୁ ନେଇ ୨୦୨୨ ମାର୍ଚ୍ଚ ୩ ତାରିଖ ଓ ୨୦ ତାରିଖରେ ଯେଉଁ ସବୁ ଆପତ୍ତି ଉଠାଯାଇଥିଲା, ତାହା ଉପରେ ଓଡ଼ିଶା ସରକାର ଆଭିମୁଖ୍ୟ ରଖିଛନ୍ତିି । ଅଧ୍ୟାଦେଶରେ କେନ୍ଦ୍ର ସରକାରଙ୍କ ଆମସାର […]
ନୂଆଦିଲ୍ଲୀ: ଜୁନ୍ ୦୧: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟ ଶାସନ ସଚିବ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ଅଧ୍ୟାଦେଶକୁ ନେଇ ୨୦୨୨ ମାର୍ଚ୍ଚ ୩ ତାରିଖ ଓ ୨୦ ତାରିଖରେ ଯେଉଁ ସବୁ ଆପତ୍ତି ଉଠାଯାଇଥିଲା, ତାହା ଉପରେ ଓଡ଼ିଶା ସରକାର ଆଭିମୁଖ୍ୟ ରଖିଛନ୍ତିି । ଅଧ୍ୟାଦେଶରେ କେନ୍ଦ୍ର ସରକାରଙ୍କ ଆମସାର ଆକଫ-୧୯୫୮ ଓ ଏଏଟି ଆକଫ-୧୯୭୨ର ବିରୋଧାଚରଣ କରୁଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ଆପତ୍ତି ଉଠାଇଥିଲା । ତାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଫାଙ୍କି ଦେଇଛନ୍ତି । ଓଲଟା ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫କୁ କାର୍ଯ୍ୟକାରୀ କରାଯାଇ ଯେଉଁଭଳି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି, ସେହିଭଳି ପ୍ରାବଧାନ ଏହି ଅଧ୍ୟାଦେଶରେ ରହିଛି । ତେଣୁ ଏହାକୁ ଅନୁମତି ଦେବାଲାଗି ଓଡ଼ିଶା ସରକାର ଯୁକ୍ତି ବାଢିଛନ୍ତି । ୨୦୨୨ ଏପ୍ରିଲ ୮ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଲ୍ୟାଣ୍ଡ ରିସୋର୍ସ ବିଭାଗରୁ ଅନାପତ୍ତି ପ୍ରମାଣପତ୍ର ମିଳିସାରିଛି । ସଂସ୍କୃତି ମନ୍ତ୍ରଣାଳୟ ଯେଉଁ ସବୁ ଆପତ୍ତି ଉଠାଇଥିଲା ତାର ବି ସ୍ପଷ୍ଟୀକରଣ ଦିଆଯାଇ ସାରିଛି । ତେଣୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଲାଗୁ କରିବା ଲାଗି ରାଷ୍ଟ୍ରପତି ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ।




