ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ,ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି

ଭୁବନେଶ୍ୱର : ବାରମ୍ବାର ମୁଣ୍ଡ ଟେକୁଛି ମହାପ୍ରଭୁ ଲିଙ୍ଗରାଜ ସେବାୟତଙ୍କ ବିବାଦ । ଫଳରେ ଅନେକ ସମୟ ଧରି ବନ୍ଦ ରହୁଛି ଲିଙ୍ଗରାଜଙ୍କ ନୀତିକାନ୍ତି । ସେବାୟତଙ୍କ ବିବାଦ ଯୋଗୁଁ ମକର ସଂକ୍ରାନ୍ତି ଅବସରରେ ବନ୍ଦ ରହିଛି ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି । ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ କାଲି ରାତିରୁ ହୋଇ ପାରି ନାହିଁ ନୀତିକାନ୍ତି । ମକର ମଣ୍ଡପରେ ବସିଛନ୍ତି ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜ ମନ୍ଦିରରେ ଗତକାଲି ସନ୍ଧ୍ୟା ୮ଟା […]

Samaya Live Picture
Published On

ଭୁବନେଶ୍ୱର : ବାରମ୍ବାର ମୁଣ୍ଡ ଟେକୁଛି ମହାପ୍ରଭୁ ଲିଙ୍ଗରାଜ ସେବାୟତଙ୍କ ବିବାଦ । ଫଳରେ ଅନେକ ସମୟ ଧରି ବନ୍ଦ ରହୁଛି ଲିଙ୍ଗରାଜଙ୍କ ନୀତିକାନ୍ତି । ସେବାୟତଙ୍କ ବିବାଦ ଯୋଗୁଁ ମକର ସଂକ୍ରାନ୍ତି ଅବସରରେ ବନ୍ଦ ରହିଛି ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି । ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ କାଲି ରାତିରୁ ହୋଇ ପାରି ନାହିଁ ନୀତିକାନ୍ତି । ମକର ମଣ୍ଡପରେ ବସିଛନ୍ତି ପ୍ରଭୁ ଲିଙ୍ଗରାଜ ।

ଲିଙ୍ଗରାଜ ମନ୍ଦିରରେ ଗତକାଲି ସନ୍ଧ୍ୟା ୮ଟା ସମୟରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ରହିଛି। ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କର ଗତକାଲିଠୁ ନୀତିକାନ୍ତି ବନ୍ଦ ରହିଛି । ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି। ଏପଟେ କିନ୍ତୁ ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିଛି। ସକାଳୁ ମଙ୍ଗଳ ଆଳତି ହେଇନାହିଁ। ସାହାଣ ମେଲା ଦର୍ଶନ ଚାଲୁଛି। ମକର ସଂକ୍ରାନ୍ତି ପାଇଁ ଲୋକେ ମନ୍ଦିରରେ ଭିଡ଼ ଜମାଇଛନ୍ତି।

Tags: