ଲିଙ୍ଗରାଜ ମନ୍ଦିର ମହାଦୀପ ଅଘଟଣ,ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମହାଶିବରାତ୍ରୀରେ ଥିଲା ଭକ୍ତିମୟ ପରିବେଶ । ଓଁ କାର ଧ୍ଵନୀ ସହିତ ଘିଅ ଦୀପ,ଧୂପ ବାସ୍ନାରେ ବିଭୋର ହୋଇ ଉଠୁଥିଲେ ଶ୍ରଦ୍ଧାଳୁ । ଆଉ କେଇ ମିନିଟ ପରେ ଉଠିବାକୁ ଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।ଏନେଇ ପୂରା ଏକାମ୍ର କ୍ଷେତ୍ରବାସୀ ସହ ସାରା ରାଜ୍ୟ ଅପେକ୍ଷାରେ ରହିଥିବାବେଳେ ଘଟିଗଲା ଅଘଟଣ । ମହାଶିବରାତ୍ରୀରେ ମହାଦୀପ ଉଠିବା ସମୟ ଉପନ୍ନୀତ ବେଳକୁ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଢୁ୍ଥିବା ବେଳେ ତଳକୁ ଖସି ପଡ଼ିଲେ […]
ଭୁବନେଶ୍ୱର : ମହାଶିବରାତ୍ରୀରେ ଥିଲା ଭକ୍ତିମୟ ପରିବେଶ । ଓଁ କାର ଧ୍ଵନୀ ସହିତ ଘିଅ ଦୀପ,ଧୂପ ବାସ୍ନାରେ ବିଭୋର ହୋଇ ଉଠୁଥିଲେ ଶ୍ରଦ୍ଧାଳୁ । ଆଉ କେଇ ମିନିଟ ପରେ ଉଠିବାକୁ ଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।ଏନେଇ ପୂରା ଏକାମ୍ର କ୍ଷେତ୍ରବାସୀ ସହ ସାରା ରାଜ୍ୟ ଅପେକ୍ଷାରେ ରହିଥିବାବେଳେ ଘଟିଗଲା ଅଘଟଣ । ମହାଶିବରାତ୍ରୀରେ ମହାଦୀପ ଉଠିବା ସମୟ ଉପନ୍ନୀତ ବେଳକୁ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଢୁ୍ଥିବା ବେଳେ ତଳକୁ ଖସି ପଡ଼ିଲେ ସମର୍ଥା ସେବାୟତ । ଗୋଟିଏ ହାତରେ ମହାଦୀପ ଏବଂ ଅନ୍ୟ ହାତରେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ତଳେ ପଡିଯାଇ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଖବର ଶୁଣି ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଥିଲା ।
ଅନ୍ୟପଟେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଉଠିଥିଲେ। ଭୟ ଓ ଭକ୍ତିର ପରିବେଶ ମଧ୍ୟ୍ୟରେ ପ୍ରାୟ ୪୫ ମିନିଟ୍ ବିଳମ୍ବରେ ମନ୍ଦିର ଚୂଡ଼ାକୁ ଉଠିଛି ମହାଦୀପ। ଭକ୍ତଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଥିଲେ ହେଁ କାହିଁକି ଘଟିଲା ଏତେବଡ଼ ଅଘଟଣ ତାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ ।




