ମ୍ୟାଚ ସମୟରେ ବିଜୁଳି ଗାୟବ

ଭୁବନେଶ୍ୱର : ପୁଣି ବିଜୁଳି ବିଭ୍ରାଟ I ଗତକାଲି ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଟାଟା ପାୱାର ର ନଗ୍ନ ନମୁନା ଦେଖିବାକୁ ମିଳିଛି । ଭାରତ ଓ ଲେବାନନ୍ ମଧ୍ୟରେ ଫୁଟବଲ ମ୍ୟାଚ ଚାଲିଥିବା କାଟି ଯାଇଥିଲା ବିଜୁଳି I ଫଳରେ ଖେଳମାନେ ଡ୍ରେସିଂ ରୁମକୁ ନଯାଇ ପଡିଆରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା I ଖେଳର ମଧ୍ୟବର୍ତ୍ତୀକାଳ ବିଶ୍ରାମ ସମୟରେ ଏହି ବିଭ୍ରାଟ ହୋଇଥିଲା I ମ୍ୟାଚ ର ଦ୍ୱିତୀୟ ହାଫ୍ ଖେଳ ଚାଲିଥିବା […]

Samaya Live Picture
Published On

ଭୁବନେଶ୍ୱର : ପୁଣି ବିଜୁଳି ବିଭ୍ରାଟ I ଗତକାଲି ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଟାଟା ପାୱାର ର ନଗ୍ନ ନମୁନା ଦେଖିବାକୁ ମିଳିଛି । ଭାରତ ଓ ଲେବାନନ୍ ମଧ୍ୟରେ ଫୁଟବଲ ମ୍ୟାଚ ଚାଲିଥିବା କାଟି ଯାଇଥିଲା ବିଜୁଳି I ଫଳରେ ଖେଳମାନେ ଡ୍ରେସିଂ ରୁମକୁ ନଯାଇ ପଡିଆରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା I ଖେଳର ମଧ୍ୟବର୍ତ୍ତୀକାଳ ବିଶ୍ରାମ ସମୟରେ ଏହି ବିଭ୍ରାଟ ହୋଇଥିଲା I

ମ୍ୟାଚ ର ଦ୍ୱିତୀୟ ହାଫ୍ ଖେଳ ଚାଲିଥିବା କଟିଯାଇଥିଲା ବିଜୁଳି I ଏପରିକି ଭିଭିଆଇପି ରୁମ୍, ଅଫିସିଆଲ୍ ରୁମ୍ ଓ ମିଡିଆ ସେଣ୍ଟର ବି ହୋଇଯାଇଥିଲା ଅନ୍ଧକାରମୟ । ଷ୍ଟାଡିୟମର ଗୋଟିଏ ଫ୍ଲଡ୍ ଲାଇଟ୍ ଟାୱାରରୁ ଲାଇନ କଟିବା ପରେ କିଛି ସମୟ ମଧ୍ୟରେ ପୁଣିଥରେ ବିଦ୍ୟୁତ ସଂଯୋଗ ହୋଇଥିଲା। ବିଦ୍ୟୁତ ବିଭ୍ରାଟ ସତ୍ତ୍ୱେ ଫୁଟବଲ ମ୍ୟାଚ ଯଥାରୀତି ଶେଷ ହୋଇଥିଲା। ତେବେ ଏସଂପର୍କରେ କଳିଙ୍ଗ ଷ୍ଟାଡିୟମ କର୍ତ୍ତୃପକ୍ଷ କିମ୍ବା ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Tags: