ଆଜିଠୁ ୨୮ ଯାଏଁ ରାଜ୍ୟରେ ସାମାନ୍ୟ ବର୍ଷା

ଭୁବନେଶ୍ୱର : ଗତକାଲି ଠାରୁ ରାଜ୍ୟରେ କମିଛି ତାପମାତ୍ରା I ଛତିଶଗଡ଼ରେ ସୃଷ୍ଟ ଲଘୁଚାପ ବଳୟ ପ୍ରଭାବରେ ଗତକାଲି ଉତ୍ତର ଓଡ଼ିଶାରେ ହାଲୁକା ଧରଣର ବର୍ଷା ହୋଇଯାଇଛି I ସେହିପରି ୨୩ ତାରିଖ ରାତିରୁ ଭୁବନେଶ୍ୱର ସହିତ ଉପକୂଳ ଓଡ଼ିଶା ତଥା ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳରେ ହାଲୁକା ବର୍ଷା ହୋଇଯାଇଛି । ଶନିବାର ରାତିରେ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ I ୨୮ […]

Samaya Live Picture
Published On

ଭୁବନେଶ୍ୱର : ଗତକାଲି ଠାରୁ ରାଜ୍ୟରେ କମିଛି ତାପମାତ୍ରା I ଛତିଶଗଡ଼ରେ ସୃଷ୍ଟ ଲଘୁଚାପ ବଳୟ ପ୍ରଭାବରେ ଗତକାଲି ଉତ୍ତର ଓଡ଼ିଶାରେ ହାଲୁକା ଧରଣର ବର୍ଷା ହୋଇଯାଇଛି I ସେହିପରି ୨୩ ତାରିଖ ରାତିରୁ ଭୁବନେଶ୍ୱର ସହିତ ଉପକୂଳ ଓଡ଼ିଶା ତଥା ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳରେ ହାଲୁକା ବର୍ଷା ହୋଇଯାଇଛି । ଶନିବାର ରାତିରେ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ I ୨୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ବଜ୍ରପାତ ନେଇ ମଧ୍ୟ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ତାପମାତ୍ରା ବୃଦ୍ଧିରେ ପାରଳାଖେମୁଣ୍ଡି ସର୍ବାଧିକ ୩୫.୬ ଡ଼ିଗ୍ରୀ ଉପରେ ରହିଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା ସହ ପାଗ କୋହୋଲା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ୨୯ ଓ ୩୦ ତାରିଖରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।

Tags: