ଆଉ ୨ ଦିନ ରାଜ୍ୟରେ ହାଲୁକା ବର୍ଷା

ଭୁବନେଶ୍ଵର : ଓଡିଶା ଉପରେ ଆଉ ନାହିଁ ବାତ୍ୟା ମନ୍ଥାର ପ୍ରଭାବ। କାକିନଡ଼ା ପରିବର୍ତ୍ତେ ନର୍ସାପୁର ନିକଟରେ ସ୍ଥଳ ଭାଗ ଛୁଇଁବା ପରେ ମୋନ୍ଥା ତାର ଦିଗ ପରିବର୍ତ୍ତନ କରିଛି । ଏବେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ରହିଛି। ଏହା ମାଲକାନଗିରି ଠାରୁ ୧୩୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଦକ୍ଷିଣ […]

ଆଉ ୨ ଦିନ ରାଜ୍ୟରେ ହାଲୁକା ବର୍ଷା

ଭୁବନେଶ୍ଵର : ଓଡିଶା ଉପରେ ଆଉ ନାହିଁ ବାତ୍ୟା ମନ୍ଥାର ପ୍ରଭାବ। କାକିନଡ଼ା ପରିବର୍ତ୍ତେ ନର୍ସାପୁର ନିକଟରେ ସ୍ଥଳ ଭାଗ ଛୁଇଁବା ପରେ ମୋନ୍ଥା ତାର ଦିଗ ପରିବର୍ତ୍ତନ କରିଛି । ଏବେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ରହିଛି। ଏହା ମାଲକାନଗିରି ଠାରୁ ୧୩୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତି କରିବା ସହ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଆଜି ବି କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ସେଥିପାଇଁ ପୂର୍ବରୁ ଦିଆଯାଇଥିବା ରେଡ୍ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । କେବଳ ମାଲକାନଗିରି ଏବଂ କୋରାପୁଟ ପାଇଁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ଓଡିଶାରେ କୌଣସି ପ୍ରଭାବ ନଥିଲେ ବି ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Read More ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ - ମନ୍ତ୍ରୀ

Tags: